Categories: ଫୁରସତ

ଭାରତୀୟ ଗୀତ ପ୍ରେମରେ ଜର୍ମାନ ମହିଳା, ଶାଢ଼ି ପିନ୍ଧି ଏଭଳି ନାଚିଲେ ଯେ…

ଭାରତୀୟ ଗୀତକୁ ବିଦେଶରେ ମଧ୍ୟ ବହୁତ ପସନ୍ଦ କରାଯାଏ। ଇଣ୍ଟରନେଟରେ ଏହିପରି ହଜାର ହଜାର ଭିଡିଓ ଦେଖିବାକୁ ମିଳିବ, ଯେଉଁଥିରେ ବିଦେଶୀମାନେ ଭାରତୀୟ ଗୀତରେ ଜବରଦସ୍ତ ନାଚୁଥିବାର ନଜର ଆସିବେ। ଆଜିକାଲି ସେଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ଜର୍ମାନ ମହିଳା ଶାଢ଼ି ପିନ୍ଧି ଭାରତୀୟ ଗୀତରେ ନୃତ୍ୟ କରୁଥିବା ଦେଖାଯାଇଛି। ମହିଳାଜଣଙ୍କ ଫାଲ୍ଗୁନି ପାଠକଙ୍କ ସୁପରହିଟ ଗୀତ ‘ଚୁଡି ଜୋ ଖନକି ହାଥ ମେଁ’ରେ ଏଥିଲାଗି ବାଛିଛନ୍ତି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଥିବା ବେଳେ ଅନେକେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଭିଡିଓକୁ ଜର୍ମାନୀର ହାମବର୍ଗରେ ରହୁଥିବା ଇନଷ୍ଟାଗ୍ରାମ ବ୍ୟବହାରକାରୀ ନିନା ତାଙ୍କ ଆକାଉଣ୍ଟରୁ ଶେୟାର କରିଛନ୍ତି। ସେ ଏହା ସହ ଲେଖିଛନ୍ତି, ‘ଜଣେ ଜର୍ମାନ ଝିଅ ଯିଏ ତାଙ୍କ ବଲିଉଡ କଳ୍ପନାରେ ବଞ୍ଚୁଛି।’
ଦେଖନ୍ତୁ ଭିଡିଓ:

Share