ଡାକ୍ତର ସନ୍ନି ଲିଓନ: ବ୍ଲାଉଜ-ଲୁଙ୍ଗି ପିନ୍ଧି କରୁଛନ୍ତି ଚିକିତ୍ସା

ମୁମ୍ବାଇ: ବଲିଉଡ ନାୟିକା ତଥା ପର୍ନ ଷ୍ଟାର ସନ୍ନି ଲିଓନ ଏବେ ତାଙ୍କର ଏକ ଭିଡିଓକୁ ନେଇ ଅଛନ୍ତି ଖୁବ ଚର୍ଚ୍ଚାରେ । ସନ୍ନି ତାଙ୍କ ପ୍ରଫେସନାଲ ଲାଇଫ ସହ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହି ଆସି ଥାଆନ୍ତି ଚର୍ଚ୍ଚାକୁ । ନିକଟରେ ତାଙ୍କର ଯେଉଁ ଭିଡିଓଟି ଭାଇରାଲ ହୋଇଛି ସେଥିରେ ସେ ଡାକ୍ତର ଭଳି ନଜର ଆସିଛନ୍ତି । ଡାକ୍ତର ଭଳି ସେ ଜଣଙ୍କ ଆଣ୍ଠୁରେ ମଲମ ଲଗାଇଦେବା ସହ କ୍ଷତ ସ୍ଥାନକୁ ବିଞ୍ଚି ଦେଉଛନ୍ତି । କିନ୍ତୁ ସବୁଠାରୁ ଇଣ୍ଟରେଷ୍ଟିଙ୍ଗ କଥା ହେଉଛି ଏହି ସମୟରେ ସନି ବ୍ଲାଉଜ ସହ ଚୁନିକୁ ଲୁଙ୍ଗି ଭଳି ପିନ୍ଧିଥିବା ନଜର ଆସିଛି । ସନ୍ନିଙ୍କ ଏହି ଲାଟେଷ୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ବି ଆସୁଛି ଏହି ଭିଡିଓରେ ।
ଭିଡିଓଟି ଭିରଲ ଭୟାନୀଙ୍କ ଅଫିସିୟାଲ ଇନଷ୍ଟାଗାମ ପେଜ୍‌ରେ ଶେୟାର କରାଯାଇଛି । ଯେଉଁଥିରେ ସନ୍ନି ଡାକ୍ତରଙ୍କ ଭଳି ଜଣେ ବ୍ୟକ୍ତିଙ୍କ ଆଣ୍ଠୁରେ ମଲମ ଲଗାଇବା ସହ କ୍ଷତକୁ ବିଞ୍ଚି ଦେଉଛନ୍ତି । ହେଲେ ଏହି ସମୟରେ ସେ ଯେଉଁ ବ୍ଲାଉଜ ଓ ଲୁଙ୍ଗି ପିନ୍ଧିଛନ୍ତି ତାକୁ ନେଇ ଚର୍ଚ୍ଚା ହେଇଛି । କେବଳ ସେତିକି ନୁହେଁ ଜଣେ ସାଧାରଣ ଝିଅ ଭଳି ମୁଣ୍ଡରେ ବେଣି ବି ପକାଇଛନ୍ତି । ଏବେ ସନ୍ନିଙ୍କ ହାତରେ ରହିଛି କିଛି ପ୍ରୋଜେକ୍ଟ । ପତ୍ତା, ଓହୋ ମାୟ ଘୋଷ୍ଟ, ବୀରାମହାଦେବୀ, ଅନାମିକା ଇତ୍ୟାଦି । ଦର୍ଶକେ ତାଙ୍କ ଅପ୍‌କମିଙ୍ଗ ମୁଭିକୁ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ।

Share