Categories: ଜାତୀୟ

Video: ‘ଜେଜେବାପାଙ୍କ ଦେହ ଭଲ ନାହିଁ’, ଜରୁରିକାଳୀନ ୱାର୍ଡରେ ବାଇକ୍ ନେଇ ପଶିଲେ ଯୁବକ

ନୂଆଦିଲ୍ଲୀ,୧୧।୨: ବାଇକରେ ଜେଜେବାପାଙ୍କୁ ଧରି ମେଡିକାଲର ଜରୁରିକାଳୀନ ବିଭାଗରେ ପଶିଗଲେ ଯୁବକ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ। ଏହି ଦୃଶ୍ୟ ଫିଲ୍ମ ଥ୍ରୀ-ଇଡିଅଟ୍ସ’ ର ଏକ ଦୃଶ୍ୟକୁ ମନେ ପକାଇଦେଇଛି।

ଏହି ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ରାଜଧାନୀ ଭୋପାଳଠାରୁ ପ୍ରାୟ ୪୫୦ କିଲୋମିଟର ଦୂରରେ ଥିବା ସତନାର ସର୍ଦ୍ଦାର ଭାଲାଭଭାଇ ପଟେଲ ଜିଲା ଡାକ୍ତରଖାନାରେ ଏହି ଘଟଣା ଘଟିଥିଲା। ଶନିବାର ବିଳମ୍ବିତ ରାତିରେ ନୀରଜ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ଜେଜେବାପା ଅସୁସ୍ଥ ହେବାରୁ ତାଙ୍କୁ ବାଇକରେ ସତନା ଡାକ୍ତରଖାନାକୁ ଆଣିଥିଲେ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଇକ ନେଇ ଯୁବକ ଜଣକ ମେଡିକାଲ ଭିତରକୁ ପସିବାରୁ ସୁକ୍ୟୁରିଟି ଗାର୍ଡ ତାଙ୍କ ପିଛା କରି ଦୌଡୁଛନ୍ତି। ତେବେ ଯୁବକ ଜଣକ ଜରୁରିକାଳୀନ ବିଭାଗ ଆଗରେ ଗାଡି ଅଟକାଉଛନ୍ତି। ଏହାପରେ ଚେତାଶୂନ୍ୟ ଦେଖାଯାଉଥିବା ବୃଦ୍ଧ ଜଣଙ୍କୁ ଡାକ୍ତରଖାନାର ନର୍ସ ଏବଂ ଅନ୍ୟ ଜଣେ ବ୍ୟକ୍ତି ବାଇକରୁ ଓହ୍ଲାଇବାରେ ସାହାଯ୍ୟ କରୁଛନ୍ତି। ତେବେ ଘଟଣା ବିଷୟରେ ଜାଣିବା ପରେ ଜରୁରିକାଳୀନ ୱାର୍ଡର ଡାକ୍ତର ଉକ୍ତ ବ୍ୟକ୍ତିଙ୍କୁ ତାଗିଦ କରିଥିଲେ।

Share