ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରେ ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ସନ୍ଥ ଏବଂ ମୁନିମାନଙ୍କ ସହିତ କୋଟି କୋଟି ଭକ୍ତଙ୍କ ସମାଗମ ହୋଇଛି। ବିଶ୍ୱାସର ଏହି ମହାନ କୁମ୍ଭରେ, ଅନେକ ସନ୍ଥ ଏବଂ ମୁନିମାନଙ୍କ ସହିତ, ଜଣେ ସାଧ୍ୱୀ ଏବେ ଚର୍ଚ୍ଚାରେ ଅଛନ୍ତି। ସାଧ୍ୱୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ପରେ ଲୋକମାନେ ତାଙ୍କର ପୁରୁଣା ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରିବା ଆରମ୍ଭ କରଛନ୍ତି। ସାଧ୍ୱୀ ଜଣକ ହେଲେ ହର୍ଷା ରିଚାରିଆ। ହର୍ଷା ରିଚାରିଆ ସାଧ୍ୱୀଙ୍କ ପୋଷାକ ପିନ୍ଧି, କପାଳରେ ତିଳକ ପିନ୍ଧି ଏବଂ ଫୁଲର ମାଳ ପିନ୍ଧି ରଥ ଉପରେ ଚଢ଼ି ମହାକୁମ୍ଭରେ ପହଞ୍ଚିଛନ୍ତି। ତେବେ ତାଙ୍କ ସୋସିଆଲ ମିଡିଆ ବାୟୋ ଅନୁସାରେ ସେ ଜଣେ ସମାଜସେବୀ ଓ ଇନଫ୍ଲୁଏନସର ହୋଇଥିବାବେଳେ ବର୍ତ୍ତମାନ ସେ ସ୍ବାଧୀ ବେଶ ଧରି କୁମ୍ଭମେଳାରେ ପହଞ୍ଚିଛନ୍ତି।
ତେବେ ସ୍ବାଧୀ ହର୍ଷାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ପ୍ରେମିକାମାନଙ୍କୁ ନିଜ ବଶରେ ଆଣିବାକୁ କ’ଣ କରିବାକୁ ପଡିବ ବୋଲି ପରାମର୍ଶ ଦେଇଛନ୍ତି। ସୁନ୍ଦରୀ ସ୍ବାଧୀ ହର୍ଷା କହିଛନ୍ତି, ମୋତେ ବହୁଜଣ ମେସେଜ କରିଛନ୍ତି ଯେ, ନିଜ ପସନ୍ଦର ଲୋକ ବା ପ୍ରେମିକ/ପ୍ରେମିକାଙ୍କୁ କେମିତି ବଶୀଭୂତ କରିବୁ/ ଯାଦ୍ୱାରା ତାଙ୍କୁ ଆମେ ବିବାହ କରିପାରିବୁ। ଏହାର ଉତ୍ତରରେ ହର୍ଷା ଏକ ମନ୍ତ୍ର ଦେଇଛନ୍ତି। ୧୧ଦିନ ଯାଏ ଏହି ମନ୍ତ୍ର ଜାପ କଲେ ଆପଣଙ୍କ ପ୍ରେମିକା ବଶୀଭୂତ ହୋଇ ରହିବେ। ‘ଓଁ ଗିଲି ଗିଲି ଛଁ’ କୁ ପ୍ରତିଦିନ ୧୦୦୮ ଥର ଜପ କରନ୍ତୁ।
View this post on Instagram