Categories: ଖେଳ

Video: ମୋତେ ବିୟର୍‌ ପସନ୍ଦ, ମଧ୍ୟାହ୍ନ ଭୋଜନବେଳେ ପ୍ରାୟ ୪ଟି ପିଏ…ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୧।୨: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ଆଲାନ ବର୍ଡର ମେଡାଲରେ ପୁରସ୍କୃତ କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପୁରସ୍କାରରେ ବର୍ଷର ଶ୍ରେଷ୍ଠ କ୍ରିକେଟରଙ୍କୁ ଆଲାନ ବର୍ଡର ମେଡାଲ ପ୍ରଦାନ କରାଯାଏ। ଏଥର ମିଚେଲ ମାର୍ଶ ଆଲାନ ବର୍ଡର ମେଡାଲ ଜିତିଛନ୍ତି। ଏହା ପରେ ମିଚେଲ ମାର୍ଶ ଏକ ଭାବପ୍ରବଣ ଭାଷଣ ଦେଇଥିଲେ। ଏହି ଭାଷଣରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଅନେକ କଥା କହିଛନ୍ତି। ସୋସିଆଲ ମିଡିଆରେ ମିଚେଲ ମାର୍ଶଙ୍କ ଭାଷଣ ଭାଇରାଲ ହେବାରେ ଲାଗିଛି।
ମିଚେଲ ମାର୍ଶ କହିଛନ୍ତି, ଆମ ଦଳ ଅନେକ ସଫଳତା ହାସଲ କରିଛି। ମୁଁ ଖୁସି ଯେ ଦଳର ସଫଳତା ପାଇଁ ମୁଁ ଯୋଗଦାନ ଦେଇପାରିଛି। ବିଶେଷ ଭାବରେ, ମୁଁ ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ ଏବଂ ପ୍ୟାଟ କମିନ୍ସଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ସେମାନେ ମୋତେ ବିଶ୍ୱାସ କରିଛନ୍ତି।
ଏହା ବ୍ୟତୀତ ମିଚେଲ ମାର୍ଶ ଅଫ ଦି ଫିଲ୍ଡ ପ୍ରସଙ୍ଗରେ ନିଜର ଖୋଲା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଥିଲେ ଯେ ବେଳେବେଳେ ମୋତେ ମୁଁ ବିୟର ପସନ୍ଦ କରେ। ଦିନିଥିଲା ମଧ୍ୟାହ୍ନ ଭୋଜନବେଳେ ମୁଁ ପ୍ରାୟ ୪ଟି ବିୟର ପିଉଥିଲି। କିନ୍ତୁ ବର୍ତ୍ତମାନ ମୁଁ ବୋଧହୁଏ ତାହା କରିବି ନାହିଁ, ମୁଁ ଏହାକୁ ଦୂରେଇ ରହିବି।

Share