Categories: ଜାତୀୟ

ଜେଲରେ ଥିବା ପୁଅ କଥା ପଚାରିବାରୁ ଗାଳିଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧୨: ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା ଘଟଣାରେ ଜେଲରେ ଅଛନ୍ତି କେନ୍ଦ୍ରୀୟ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା। ଜେଲରେ ଥିବା ପୁଅ ସମ୍ପର୍କରେ ପ୍ରଶ୍ନ କରିବାରୁ ଜଣେ ଗଣମାଧ୍ୟମ କର୍ମୀଙ୍କୁ ଗାଳି କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।

ଲଖିମପୁର ଖେରି ଘଟଣାର ତଦନ୍ତ ରପୋର୍ଟରେ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ସଂଗୀନ ଦଫାରେ ମାମଲା ରୁଜୁ କରିବାକୁ ି ନିର୍ଦ୍ଦେଶ ଦେଇଛ ହାଇକୋର୍ଟଙ୍କ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱଧୀନ ତଦନ୍ତ କମିଟି। ଏହା ଉପରେ ଜଣେ ଖବରଦାତା ପ୍ରଶ୍ନ କରିବାରୁ ମନ୍ତ୍ରୀ ଚିତ୍କାର କରି କହିଥିଲେ “ମୂର୍ଖ ଭଳି ପ୍ରଶ୍ନ କର ନାହିଁ। ମୁଣ୍ଡ ଖରାପ ହୋଇଗଲାଣି କି? ମାଇକ୍‌ ବନ୍ଦ କର ବେ”।

ଭିଡିଓରେ ନରେନ୍ଦ୍ର ମୋଦିଙ୍କ ସରକାରରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ମିଶ୍ରା ଅଶଭ୍ୟ ଭାଷାରେ ଗାଳି ଦେବା ସହ ଖବରଦାତାଙ୍କୁ ଚୋର ବୋଲି କହୁଥିବା ଶୁଣିବାକୁ ମିଳିଛି। ଲଖିମପୁର ଖେରି ଅଞ୍ଚଳରେ ଏକ ଅକ୍ସିଜେନ ପ୍ଲାଣ୍ଟ ଉଦ୍‌ଘାଟନ ପାଇଁ କେନ୍ଦ୍ର ମନ୍ତ୍ରୀ ଆସିଥିବା ବେଳେ ଘଟିଛି ଏଭଳି ଘଟଣା। ଏଥି ପୂର୍ବରୁ ମଙ୍ଗଳବାର ଜେଲ ଯାଇ ସେ ପୁଅକୁ ଭେଟିଥିଲେ।

Share