Categories: ଜାତୀୟ

Video: ବିନା ପାଇଲଟରେ ୮୪ କିଲୋମିଟର ଗଡ଼ିଲା ଟ୍ରେନ୍: ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହେଲା ଆତଙ୍କ, ତଦନ୍ତ ନିର୍ଦେଶ

ନୂଆଦିଲ୍ଲୀ,୨୫ା୨: ଜମ୍ମୁ କଶ୍ମୀରର କାଠୁଆ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ହଠାତ୍ ପଠାନକୋଟ ଆଡକୁ ବିନା ପାଇଲଟରେ ଗଡିଛି। ପଞ୍ଜାବର ମୁକେରିଆନ୍ ଷ୍ଟେସନରେ ଅଟକିବା ପୂର୍ବରୁ ଏହି ଟ୍ରେନ୍ ପ୍ରାୟ ୮୪ କିଲୋମିଟର ପର୍ଯ୍ୟନ୍ତ ବିନା ଡ୍ରାଇଭରରେ ଗଡିଥିଲା। ଏହି ଘଟଣା ରେଳ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

ରବିବାର ଦିନ ସକାଳ ପ୍ରାୟ ୭ ଟା ସମୟରେ କଂକ୍ରିଟ ବୋଝେଇ ଟ୍ରେନ୍ ପଠାନକୋଟ ଆଡକୁ ଗତି କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା ବୋଲି ଅଧିକାରୀମାନେ କହିଛନ୍ତି। ତେବେ ପଠାନକୋଟ ଆଡକୁ ଗଡାଣିଆ ଥିବାରୁ ଏପରି ଘଟଣା ଗହଟିଥିବା ଅଧିକାରୀ କହିଛନ୍ତି।

ସୂଚନାନୁସାରେ, ପାଇଲଟ ଓହ୍ଲାଇବା ପୂର୍ବରୁ ହ୍ୟାଣ୍ଡବ୍ରେକ୍ ଟାଣିବାରେ ବିଫଳ ହୋଇଥିଲେ। ତେବେ ଟ୍ରେନକୁ ଅଟକାଇବା ପାଇଁ ଅଧିକାରୀଙ୍କ ଏକାଧିକ ଉଦ୍ୟମ ବିଫଳ ହେବା ପୂର୍ବରୁ ସେମାନେ ଯାତ୍ରୀବାହୀ ଟ୍ରେନର ପାଇଲଟ ଏବଂ କର୍ମଚାରୀଙ୍କ ସହାୟତାରେ ଦାଶୁହା ନିକଟ ଉଚି ବସ୍ତି ଅଞ୍ଚଳରେ ଏହାକୁ ଅଟକାଇବାରେ ସକ୍ଷମ ହୋଇଥିଲେ।

Share