କାନ୍ଦୁଥିବା ପାଲେଷ୍ଟାଇନ୍‌ ନାବାଳିକାଙ୍କ ଭିଡ଼ିଓ ଭାଇରାଲ…

ରାମାଲାହ,୧୭।୫: ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଦୁଇଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ସ୍ଥିତି ଯୋଗୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଜଣେ କାନ୍ଦୁଥିବା ୧୦ ବର୍ଷ ବୟସ୍କା ନାବାଳିକାଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ନାବାଳିକା ଜଣଙ୍କ ହେଉଛନ୍ତି ନାଦିନେ ଆବଦେଲ୍‌ ତୈଫ୍‌। ସେ କାନ୍ଦି କାନ୍ଦି ଇସ୍ରାଏଲ୍‌ ରକେଟ ମାଡ଼ରେ ଧ୍ୱଂସ ହୋଇଥିବା କୋଠାବାଡ଼ି ଆଡ଼କୁ ହାତ ଦେଖାଇ ପ୍ରତିଦିନ ଏଭଳି ଅବସ୍ଥାରେ କିଭଳି ମଣିଷ ବଞ୍ଚି ପାରିବ ତାହା ପ୍ରଶ୍ନ କରିଛନ୍ତି। ଟୁଇଟରରେ ଅପଲୋଡ୍‌ ହୋଇଥିବା ଏକ ମିନିଟ୍‌ ୧୯ ସେକେଣ୍ଡର ଏହି ଭିଡ଼ିଓ ଏବେ ଅନ୍ତର୍ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି। ଯୁଦ୍ଧ ଦ୍ୱାରା ସମ୍ପୃକ୍ତ ଦେଶର ସାଧାରଣ ଲୋକଙ୍କ ସ୍ଥିତି କିଭଳି ଦୟନୀୟ ହୋଇଥାଏ ତାହା ଏହି ଭିଡ଼ିଓ ଯୋଗୁ ଅନେକ ୟୁଜରଙ୍କୁ ଭାବୁକ କରିଛି। ନାଦିନେ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଆଶା ରଖିଥିବାବେଳେ ତାହା କିଭଳି ସମ୍ଭବ ହେବ ପ୍ରଶ୍ନ କରିଛନ୍ତି।

Share