Categories: ଜାତୀୟ

ଡାକ୍ତରଖାନାରେ କରୋନା ରୋଗୀଙ୍କୁ ମାଡ ମାରିବା ଭିଡିଓ ଭାଇରାଲ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରାଜକୋଟ,୧୮।୯-ଗୁଜୁରାଟର ରାଜକୋଟରେ ଥିବା ଏକ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଆକ୍ରମଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
୫୫ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇଛି, ପିପିଏ କିଟ ପିନ୍ଧିଥିବା ଜଣେ ଡାକ୍ତର କରୋନା ରୋଗୀଙ୍କ ଛାତି ଉପରେ ଗୋଡ ରଖି ମାଡିବସିଛନ୍ତି। ସେହି ସମୟରେ ଚାରିପାଖରେ ସ୍ବାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ ଘେରି ରହିଛନ୍ତି। ପରେ ସୁରକ୍ଷାକର୍ମୀ ଧରିଥିବା ବାଡିରେ କରୋନା ରୋଗୀଙ୍କୁ ମାଡ ମାରୁଥିବା ଦେଖାଯାଇଛି। ଏହା ପରେ ପିପିଇ କିଟ୍‌ ପିନ୍ଧିଥିବା ଡାକ୍ତର ମଧ୍ୟ ରୋଗୀଙ୍କୁ ଚଟାଣରେ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି। ଏହି ରୋଗୀଙ୍କର କରୋନାରେ ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ କହିଥିଲେ। ତେବେ ଭିଡିଓ ଭାଇରାଲ ହେବା ପରେ ପରିବାର ଲୋକେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଭିଡିଓକୁ କେତେକ ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତିନିଧି ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି।

Share