ମହିଳା ଓାର୍ଡମେମ୍ବରଙ୍କ ଚୋରାମଦ କାରବାର ଭିଡିଓ ଭାଇରାଲ: ଦୋକାନରେ ମଦ ବିକୁଛନ୍ତି ଜନ ପ୍ରତିନିଧି

ପାଟଣା,୧୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲାର ଉଭୟ ପାଟଣା ଅବକାରୀ ପୋଲିସ ନିଷ୍କ୍ରିୟତା ଯୋଗୁ ଗାଁଗାଁରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଜଣେ ମହିଳା ଜନ ପ୍ରତିନିଧି ନିଜ ଦୋକାନରେ ଚୋରା ବିଦେଶୀ ମଦକୁ ଚଢା ରେଟରେ ବିକ୍ରି କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଚୋରା ମଦ ବିକ୍ରି କରୁଥିବା ମହିଳା ଜଣଙ୍କ ହେଲେ ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ୭ ନମ୍ବର ୱାର୍ଡର ୱାର୍ଡ ମେମ୍ବର ବିଦ୍ୟୁତ ପ୍ରଭା ବେଜ। ସେ ଏରେଣ୍ଡେଇ ସିଂହ ସାହିର ଘରେ ଥିବା ଭେରାଇଟି ଷ୍ଟୋରରେ ବିଦେଶୀ ମଦ ବିକ୍ରି କରୁଥିବା ଭଡିଓରେ ଦେଖିବାକୁ ମିଳୁଛି। ଭଡ଼ିଓ ଭାଇରାଲ ପରେ ଘଟଣାକୁ ନେଇ ପାଟଣା ବ୍ଲକ ଅଞ୍ଚଳରେ ବେଶ ଚର୍ଚ୍ଚା ହୋଇଛି। ଜଣେ ମହିଳା ୱାର୍ଡ ମେମ୍ବର ଚୋରା ମଦ କାରବାରରେ ଲିପ୍ତ ରହିଲେ ଲୋକଙ୍କ ସମସ୍ୟା କିପରି ଦୂର ହେବ ସେ ନେଇ ଆଲୋଚନା ହେଉଛି । ଏନେଇ ମହିଳା ୱାର୍ଡ ମେମ୍ବରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ପାଟଣା ଅବକାରୀ ପୋଲିସ ଚୋରା ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ ୨ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା, ଆଲର୍ଟ ଜାରି

ଭୁବନେଶ୍ୱର,୨୮।୪: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମେ ୨ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ ୨୯...

ରାସ୍ତା ନିର୍ମାଣ ବେଳେ ପେଟି ଠିକାଦାରଙ୍କୁ ଆକ୍ରମଣ

କେସିଙ୍ଗା,୨୮ା୪ (ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତ ମଶାଣିବନ୍ଧ ଗ୍ରାମଠାରେ ଆର୍‌ଡ଼ି ବିଭାଗ ପକ୍ଷରୁ ରାସ୍ତାକାମ ଚାଲୁରହିଛି। ଏପରିସ୍ଥଳେ ଗ୍ରାମର...

ନାବାଳିକା ଶାଳୀଙ୍କୁ ବଳାତ୍କାର କରୁଥିଲେ ଭିଣେଇ, ସେ ଗର୍ଭବତୀ ଥିବା ଜଣାଇବା ପରେ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଏକ ଗାଁରେ ଅଭାବନୀୟ ଘଟଣା ଘଟିଛି। ୧୦ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା...

ବଜ୍ରାପାତରେ ଯୁବକ ଗୁରୁତର

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ୍‌ ଛଣମେରି ପଞ୍ଚାୟତ ପେଣ୍ଡୁରାଖାଳି ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରାପାତରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

ମା’ ବଡରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଝାଲିଆଗୋଛାକୁ ହରାଇ ଛେଦାଭୂମୀ ଚାମ୍ପିୟନ

ଭଞ୍ଜନଗର,୨୮।୪ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଝାଲିଆଗୋଛା ଠାରେ ଚାଲିଥିବା ମା’ ବଡରାଉଳ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ସୋମବାର...

ରାଜା ଚକ୍ର ମାମଲା: କ୍ରାଇମ ବ୍ରାଞ୍ଚର ତଦନ୍ତ ଜୋରଦାର

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ ବ୍ରାଞ୍ଚ। ଏହି ମାମଲା ଖୁବ ଶୀଘ୍ର ଚାର୍ଜ...

ଗଛକଟାକୁ ନେଇ ଉତ୍ତେଜନା

ବୈଶିଙ୍ଗା,୨୮ା୪(ରତନ ଦାଶ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ବନପାଳ କ୍ଷେତ୍ର ଅନ୍ତର୍ଗତ ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ଗତ ୧୯ ତାରିଖରେ କାଳବୈଶାଖୀ ପ୍ରଭାବରେ ଉପୁଡ଼ି ପଡ଼ିଥିବା ଗଛକୁ...

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ର କହିଛନ୍ତି, “ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image