Categories: ଜାତୀୟ

ହିନ୍ଦୁ ନାବାଳିକାଙ୍କ ସହ ବୁଲିବାରୁ ମୁସଲମାନ ଯୁବକଙ୍କୁ ପିଟିଲେ ଲୋକ, ଭିଡିଓ ଭାଇରାଲ

ମୁମ୍ବାଇ,୧୬।୮: ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଜଣେ ମୁସଲମାନ ଯୁବକ ଜଣେ ହିନ୍ଦୁ ନାବାଳିକା ସହ ବୁଲୁଥିଲେ। ତେବେ କିଛି ଲୋକ ମୁସଲମାନ ଯୁବକଙ୍କୁ ଧରି ଷ୍ଟେସନରେ ମାରପିଟ କରିଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହାକୁ ନେଇ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମେନ (ଏଆଇଏମଆଇଏମ) ମୁଖପାତ୍ର ଓ୍ବାରସ ପଠାନ ଭିଡିଓକୁ ଟ୍ବିଟ୍‌ କରିଛନ୍ତି। ସେ କହିଛନ୍ତି, ଲବ ଜିହାଦ ନାମରେ ହୋଇଥିବା ଆକ୍ରମଣର ତଦନ୍ତ ଦାବି କରୁଛି।

ସେ କହିଛନ୍ତି, “ମୁମ୍ବାଇର ହୃଦୟରେ ଏସବୁ କ’ଣ ଘଟିଯାଉଛି? ହିନ୍ଦୁତ୍ୱ ଗୁଣ୍ଡାମାନେ ‘ଲବ ଜିହାଦ’ ନାମରେ ଜଣେ ଅସ୍ତ୍ରହୀନ ମୁସଲମାନ ଯୁବକଙ୍କୁ ମାଡ ମାରୁଛନ୍ତି। ଭିଡରେ କେତେକେ ଯୁବକମାନେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇ ମୁସଲମାନ ଯୁବକଙ୍କୁ ମାଡ ମାରୁଛନ୍ତି ଏବଂ ତାହାକୁ ଆରପିଏଫ କର୍ମଚାରୀମାନେ ଦେଖୁଛନ୍ତି। ଆଜି ଆମେ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଛୁ। ଏପରିକି ଆମର ସ୍ବାଧୀନତା ସଂଗ୍ରାମୀମାନେ ମଧ୍ୟ ଭାବି ନ ଥିବେ ଯେ, ମୁସଲମାନମାନଙ୍କୁ ମଧ୍ୟ ଏହି ଦିନ ଦେଖିବାକୁ ପଡ଼ିବ।

Share