Categories: ଜାତୀୟ

କେଦାରନାଥଙ୍କ ଗର୍ଭଗୃହରେ ଟଙ୍କା ଉଡାଇଲେ ମହିଳା, ଭିଡିଓ ଭାଇରାଲ ପରେ ରୁଜୁ ହେଲା ମାମଲା

ଡେରାଡୁନ,୨୦।୬: ଭଗବାନ କେଦାରନାଥଙ୍କ ମନ୍ଦିରର ଭିତରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା କେଦାରନାଥଙ୍କ ଶିବଲିଙ୍ଗ ଉପରେ ନୋଟ ଉଡାଉଥିବା ନଜର ଆସିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସମୟ ମଧ୍ୟରେ ଉପସ୍ଥିତ ପୁରୋହିତ ମଧ୍ୟ ପୂଜାପାଠ କରୁଛନ୍ତି। ପୁରା ଘଟଣାର ଭିଡିଓ ଭାଇରାଲ ହେବା ପରେ ଉତ୍ତେଜନା ଦେଖାଦେଇଛି। ଯାହା ପରେ ରୁଦ୍ରପ୍ରୟାଗ ପୋଲିସ ଏକ ମାମଲା ରୁଜୁ କରିଛି। ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (ବିକେଟିସି)ର ଅଧ୍ୟକ୍ଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଏଥିସହ ସେ ରୁଦ୍ରପ୍ରୟାଗର ଜିଲା ମାଜିଷ୍ଟ୍ରେଟ ତଥା ପୋଲିସ ଅଧୀକ୍ଷକଙ୍କ ସହ କଥା ହୋଇ ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ପୋଲିସ ଅଧୀକ୍ଷକ ବିଶାଖା ଅଶୋକ ଭଦାନଙ୍କ ଅନୁଯାୟୀ, ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ମହିଳାଙ୍କ ବିରୋଧରେ କୋଟୱାଲୀ ସୋନପ୍ରାୟଗରେ ଏକ ମାମଲା ରୁଜୁ ହୋଇଛି।

Share