କୁହାଯାଏ, ସ୍ବଦେଶୀ ଷ୍ଟାଇଲ୍ରେ ଭାରତୀୟମାନେ ସର୍ବାଗ୍ରେ ରହିଥାନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏପରି କିଛି ସ୍ବଦେଶୀ ଷ୍ଟାଇଲ୍ର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆପଣ ହସ ରୋକି ପାରିବେ ନାହିଁ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଲୋକ ଆଉ ଜଣେ ଲୋକଙ୍କ ଦାଢ଼ି ସାଇକେଲରେ ବସି କାଟୁଛନ୍ତି।
ଭିଡିଓଟିରେ ଦୁଇଜଣ ବ୍ୟକ୍ତି ସାଇକେଲରେ ବସିଥିବା ନଜର ଆସିଛନ୍ତି। ଜଣେ ବ୍ୟକ୍ତି ସାଇକେଲରେ ବସି ଆଉ ଜଣଙ୍କ ଦାଢ଼ି ଆରାମରେ କାଟୁଛନ୍ତି। ଭିଡିଓଟିକୁ ଲୋକେ ବହୁତ ପସନ୍ଦ କରିଛନ୍ତି। କିଛି ଲୋକ ବେଶ୍ ଭଲ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର କହିଛନ୍ତି, ମୁଁ ଥରେ ନୁହେଁ, ଏହାକୁ ୫ ଥର ଦେଖିସାରିଲିଣି। ଭିଡିଓଟି ବିହାରର ବୋଲି ସୋସିଆଲ ମିଡିଆରୁ ଜଣାପଡ଼ିଛି।