ଗର୍ଭବତୀ ଡିଏସ୍‌ପିଙ୍କ ଭିଡ଼ିଓ ଭାଇରାଲ…

ଦନ୍ତେଓ୍ବାଡ଼ା,୨୦।୪: ଛତିଶଗଡ଼ରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ସମ୍ପ୍ରତି ଦନ୍ତେଓ୍ବାଡ଼ାରେ କାର୍ଯ୍ୟ କରୁଥିବା ଗର୍ଭବତୀ ଡିଏସ୍‌ପିଙ୍କ ଶିଳ୍ପା ସାହୁଙ୍କର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ଲକ୍‌ଡାଉନ୍‌ ଡ୍ୟୁଟିରେ ରହି ତଦାରଖ କରୁଛନ୍ତି। ବାହାରକୁ ବିନା କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ବାହାରୁଥିବା ଅମାନିଆଙ୍କୁ ପଚରାଉଚରା କାର୍ଯ୍ୟ ସେ କରୁଛନ୍ତି। ଏହା ସହିତ ଡିଏସ୍‌ପି ସାଧାରଣ ଲୋକଙ୍କ ମଧ୍ୟରେ ଲକ୍‌ଡାଉନ୍‌ରେ ଘରୁ ନ ବାହାରିବା ଲାଗି ସଚେତନତା ସୃଷ୍ଟି ମଧ୍ୟ କରୁଛନ୍ତି। ହାତରେ ପୋଲିସ ଲାଠି ଧରି ଶିଳ୍ପା ଲକ୍‌ଡାଉନ୍‌ ଡ୍ୟୁଟି କରୁଛନ୍ତି।

Share