Categories: ଫୁରସତ

ନା ଗୁଗୁଲ ପେ’, ନା ଫୋନ ପେ’: ସିଧାସିଧା ପକେଟ ପେ’

ଲାଞ୍ଜ ନେବା ଏବଂ ଦେବା ଆଇନ ଅନୁଯାୟୀ ଅପରାଧ। ହେଲେ ଏବେ ବି ସରକାରୀ ଅଧିକାରୀମାନେ ଲାଞ୍ଚ ନେବାର ଭଳିକି ଭଳି ଉପାୟ ଆପଣାଉଛନ୍ତି। ଠିକ୍‌ ଯେମିତି ଏହି ଟ୍ରାଫିକ୍‌ କନଷ୍ଟେବଳ ମହିଳାଜଣଙ୍କ। ଗୁଗଲ ପେ’ କିମ୍ବା ଫୋନ୍‌ ପେ’ ଜରିଆରେ ନୁହେଁ ବରଂ ସିଧାସିଧା ପକେଟ ପେ’ରେ ସେ ଲାଞ୍ଚ ନେଉଛନ୍ତି। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଦୁଇଜଣ ମହିଳାଙ୍କଠାରୁ କର୍ମଚାରୀଜଣଙ୍କ ଅଭିନବ ଉପାୟରେ ଟଙ୍କା ନେଉଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହେଉଛି।

ଭିଡିଓରେ ମହିଳାଙ୍କୁ ସ୍କୁଟି ଉପରେ ବସିଥିବା ଦେଖିବାକୁ ମିଳିଛି। ପରେ ମହିଳା ଟ୍ରାଫିକ କର୍ମଚାରୀଜଣଙ୍କ ତାଙ୍କ ପାଖକୁ ଯାଇ ଇସାରାରେ କିଛି କହୁଛନ୍ତି। ଯୁବତୀ ଏହା ଜାଣିପାରି ପକେଟରୁ ନୋଟ ବାହାର କରି କର୍ମଚାରୀଙ୍କ ପକେଟରେ ପୁରାଉଛନ୍ତି। ଏହାପରେ ଉଭୟ ସେଠାରୁ ଚାଲିଯାଉଛନ୍ତି।

ଟୁଇଟର, ହ୍ବାଟ୍ସଆପ୍‌ ଏବଂ ୟୁଟ୍ୟୁବ୍‌ ଭଳି ସୋସିଆଲ ପ୍ଲାଟଫର୍ମରେ ଭିଡିଓଟି ବେଶ୍‌ ଭାଇରାଲ ହେଉଛି। ୩୨ ସେକେଣ୍ଡର ଏହି କ୍ଲିପ୍‌ରେ ଲାଞ୍ଚ ନେବାର ନୂଆ ଫର୍ମୁଲା ଜଣାପଡ଼ିଛି ବୋଲି ଲୋକେ କହୁଛନ୍ତି। ଏହି ଦେଶକୁ କେହି ବଦଳାଇପାରିବେ ନାହିଁ ବୋଲି ତ କେହି ମୋ ଭାରତ ମହାନ ବୋଲି ମତ ରଖୁଛନ୍ତି।

Share