Categories: ଖେଳ

ଗୀତ ଗାଇ ଗାଇ ଜବରଦସ୍ତ ଛକା ମାରୁଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୦।୧୦: ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଆଜି ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ସେ। ନିଜ ସମୟରେ ଆକ୍ରାମକ ବ୍ୟାଟିଂକୁ ନେଇ ସେ ଜଣାଶୁଣା ଥିଲେ। ଏଥିଲାଗି ତାଙ୍କର ଟେଷ୍ଟରେ ୮୨.୨୩, ଦିନିକିଆରେ ୧୦୪.୩୩ ଏବଂ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୪୫.୩୮ ଷ୍ଟ୍ରାଇକ୍‌ ରେଟ୍‌ ରହିଥିଲା।

ମ୍ୟାଚ୍‌ରେ ପ୍ରତିଟି ବୋଲର୍‌କୁ ସାମ୍ନା କରିବା ବ୍ୟାଟ୍ସମ୍ୟାନ ଲାଗି ବଡ଼ ଚ୍ୟାଲେଞ୍ଜ ହୋଇଥାଏ। ତେବେ ସେହ୍ବାଗ ନିଜକୁ ଶାନ୍ତ କରିବା ଲାଗି ବିଭିନ୍ନ କୌଶଳ ଆପଣାଉଥିଲେ। ସେଥିରୁ ଗୋଟିଏ ଥିଲା ଗୀତ ଗାଇବା। ବ୍ୟାଟିଂ କରିବେ ବେଳେ ଗୀତ ଗାଉଥିବା ନେଇ ଏହି ଭେଟେରାନ ବ୍ୟାଟ୍ସମ୍ୟାନ୍‌ ନିଜେ ପ୍ରକାଶ କରିିଛନ୍ତି। ଏହାର ଅନେକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ୨୦୧୫ରେ ଅଲ-ଷ୍ଟାର ସିରିଜରେ ବ୍ୟାଟିଂ କରି ସେହ୍ବାଗ ଗୀତ ଗାଇ ଛକା ମାରିଥିଲେ। ସେହ୍ବାଗ ତୃତୀୟ ଓଭରର ପଞ୍ଚମ ବଲ୍‌ରେ ବଡ୍‌ ଶଟ୍‌ ଖେଳିଥାନ୍ତେ। ‘ତୁ ଜାନେ ନା’ ଗୀତ ଗାଇ ଗାଇ ସେ ଛକା ମାରିଥିଲେ। ଏହାକୁ ଦେଖି କମେଣ୍ଟେଟର ଚକିତ ହୋଇଯାଇଥିଲେ।

ସେହ୍ବାଗ ଅଣ୍ଡର-୧୯ କ୍ରିକେଟରେ ଉଲ୍ଲେଖନୀୟ ବ୍ୟାଟିଂ କରି ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସୁଯୋଗ ପାଇଥିଲେ। ସେ ତାଙ୍କ କ୍ୟାରିୟର ଆରମ୍ଭରେ ମଧ୍ୟକ୍ରମରେ ବ୍ୟାଟିଂ କରୁଥିଲେ। ହେଲେ ଅଧିନାୟକ ସୌରଭ ଗାଙ୍ଗୁଲି ତାଙ୍କୁ ଓପନିଂ କରିବାକୁ ସୁଯୋଗ ଦେଇଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ଟେଷ୍ଟରେ ୮୫୮୬, ଦିନିକିଆରେ ୮୨୭୩ ଏବଂ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ୩୯୪ ରନ୍‌ କରିଛନ୍ତି।

Share