ଆଜିକାଲି ୟୁଟ୍ୟୁବ୍ରେ ଭିଡିଓ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ୟୁଜର ବା ବ୍ୟବହାରକାରୀ ଅର୍ଥ ରୋଜଗାର କରୁଛନ୍ତି। ଏଭଳି ପରିସ୍ଥିତିରେ ଇଣ୍ଡୋନେସିଆର ଜଣେ ୟୁଟ୍ୟୁବର୍ ତାଙ୍କ ୟୁଟ୍ୟୁବ୍ ଆକାଉଣ୍ଟରେ କିଛି ନ କରି କ୍ୟାମେରା ଉପରେ ଦୁଇ ଘଣ୍ଟାରୁ ଅଧିକ ସମୟ ଦେଖିବାର ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି।
ଇଣ୍ଡୋନେସିଆର ୟୁଟ୍ୟୁବର ମହମ୍ମଦ ଡିଡିଟ୍ ସ୍ଥାନୀୟ ଭାଷାରେ ‘2 JAM nggak ngapa-ngapain’ ଶୀର୍ଷକ ଭିଡିଓ ଅପଲୋଡ୍ କରିଛନ୍ତି।
ଜୁଲାଇ ୧୦ରେ ଏହି ଭିଡିଓଟି ସେ ପୋଷ୍ଟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାକୁ ୨୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। କିଛି ଲୋକ ଏହି ଭିଡିଓ ଦେଖି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କିଛି ୟୁଜର କହିଛନ୍ତି, ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଶୁଟିଂ ସମୟରେ କ’ଣ ଭାବୁଛନ୍ତି ଜାଣିବାକୁ ଚାହୁଁଛନ୍ତି। ଅନେକ ୟୁଜର ଏହା ମଧ୍ୟ ଲେଖିଛନ୍ତି ଯେ, ସେ କ୍ୟାମେରା ସମ୍ମୁଖରେ ଧ୍ୟାନ କରୁଛନ୍ତି।
ସେହିଭଳି ‘ତୁମେ କିଛି କର ନାହିଁ’ ଭିଡିଓରେ ୟୁଟ୍ୟୁବର୍ କହିଛନ୍ତି, ଅନେକ ୟୁଜର ତାଙ୍କୁ ଶିକ୍ଷିତ ଯୁବକମାନଙ୍କ ସହ ଜଡ଼ିତ ଭିଡିଓ ପୋଷ୍ଟ କରିବାକୁ ଅନୁରୋଧ କରିଛନ୍ତି। ଏହି କାରଣରୁ ସେ ଭିଡିଓ ରେକର୍ଡ କରିବା ପାଇଁ ଅନୁପ୍ରାଣୀତ ହୋଇଥିଲେ ମଧ୍ୟ ଶୁଟିଂ ସମୟରେ କିଛି ବୁଝି ପାରି ନ ଥିଲେ। ତେଣୁ ସେ ୨ ଘଣ୍ଟା କିଛି କରି ନ ଥିବା ଭିଡିଓ ପ୍ରସ୍ତୁତ କରି ଏହାକୁ ଅପ୍ଲୋଡ୍ କରି ଦେଇଥିଲେ।
ସେ କହିଛନ୍ତି, ‘ହଁ, ବୋଧହୁଏ ଏହି ଭିଡିଓ କାହିଁକି ପ୍ରସ୍ତୁତ ହେଲା ମୁଁ ଶେୟାର କରିବା ଉଚିତ୍’। ଏହା ଇଣ୍ଡୋନେସିଆ ସମାଜରୁ ଆରମ୍ଭ ହୋଇଥିଲା, ଯାହା ମୋତେ ଯୁବକମାନଙ୍କୁ ଶିକ୍ଷା ଦେଉଥିବା ବିଷୟବସ୍ତୁ ସୃଷ୍ଟି କରିବାରେ ଅନୁପ୍ରାଣୀତ କରିଛି। ସର୍ବଶେଷରେ, ଅନିଚ୍ଛା ସତ୍ତ୍ୱେ ଏହା ମୁଁ ପ୍ରସ୍ତୁତ କରିଛି।