ଲାଇଭ୍ ଶୋ’ ଚାଲିଥିବା ସମୟରେ ୟୁକ୍ରେନ ଷ୍ଟ୍ରାଇକରେ ଜୀବନ ହରାଇଲେ ରୁଷିଅ ଅଭିନେତ୍ରୀ

ନୂଆଦିଲ୍ଲୀ,୨୩ା୧୧: ଲାଇଭ୍ ଶୋ’ ଚାଲିଥିବା ସମୟରେ ୟୁକ୍ରେନ ଷ୍ଟ୍ରାଇକରେ ଜୀବନ ହରାଇଛନ୍ତି ଋଷର ଜଣେ ଅଭିନେତ୍ରୀ। ଋଷ ଅଧିକାରରେ ଥିବା ୟୁକ୍ରେନର ଏକ ସ୍ଥାନରେ ସେନା ମାନଙ୍କ ପାଇଁ ସଂଗୀତ ପରିବେଷଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଅଭିନେତ୍ରୀ ଜଣକ ମଞ୍ଚ ଉପରେ ଗୀତ ଗାଉଥିବା ସମୟରେ ହଟାତ ବୋମା ବିସ୍ପୋରଣ ହୋଇଥିଲା। ଯେଉଁଥିରେ କେହି କିଛି ବୁଝିବା ଆଗରୁ ଅନେକ ଲୋକଙ୍କର ଜୀବନ ଚାଲି ଯାଇଥିଲା।

ପୀଡିତା ପୋଲିନା ମେନଶିଖ ନାମକ ଅଭିନେତ୍ରୀ ଜଣକ ଥିଏଟରରେ ଅଭିନୟ କରନ୍ତି। ତାଙ୍କ ଥିଏଟର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଡୋନାବାସ ଅଞ୍ଚଳରେ ଏହି ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। 19 ନଭେମ୍ବରରେ ଏହି ଘଟଣା ଘଟିଥିବା ଉଭୟ ପକ୍ଷର ସେନା ପକ୍ଷରୁ ଘଟଣା ସମ୍ପର୍କରେ ସୁନିଶ୍ଚିତ କରାଯାଇଛି। ଋଷ ସେନା ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ସ୍ଥାନୀୟ ମିଡ଼ିଆ ରିପୋର୍ଟ କରିଛି ଯେ, 60 କିଲୋମିଟର ଦୂରରୁ ଏହି ମିଶଇଳ ମାଡ଼ କରାଯାଇଥିଲା।

ଅଜ୍ଞାତ ଅନୁସନ୍ଧାନକାରୀ କହିଛନ୍ତି ଯେ ଜଣେ ସାଧାରଣ ନାଗରିକ, ଯାହାଙ୍କ ବିଷୟରେ ସେ ଅଧିକ ବିବରଣୀ ଦେଇନାହାଁନ୍ତି, ତାଙ୍କୁ ହତ୍ୟା କରାଯାଇଛି କିନ୍ତୁ ସୈନିକଙ୍କ ହତାହତ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ। ତେବେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଘଟଣାରେ ମନ୍ତବ୍ୟ ଦେବାକୁ ମନା କରିଦେଇଛି ଏବଂ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି କୁହାଯାଇଛି।

Share