Categories: ଜାତୀୟ

ବିନା ସିମ୍‌ରେ ଉପଲବ୍ଧ ହେବ ଭିଡିଓ

ନୂଆଦିଲ୍ଲୀ,୧୭।୧: ଡାଇରେକ୍ଟ-ଟୁ-ମୋବାଇଲ୍‌ ବ୍ରଡ୍‌କାଷ୍ଟିଂ ନିକଟ ଭବିଷ୍ୟତରେ ବାସ୍ତବ ରୂପ ନେବାକୁ ଯାଉଛି। ଖୁବ୍‌ଶୀଘ୍ର ବିନା ସିମ୍‌କାର୍ଡ କିମ୍ବା ବିନା ଇଣ୍ଟରନେଟ୍‌ ସଂଯୋଗରେ ମୋବାଇଲ ବ୍ୟବହାରକାରୀଙ୍କ ନିକଟରେ ଭିଡିଓ ପହଞ୍ଚତ୍ପାରିବ। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଡାଇରେକ୍ଟ-ଟୁ-ମୋବାଇଲ୍‌ (ଡି୨ଏମ୍‌) ଟେକ୍ନୋଲୋଜି ଉପରେ ୧୯ଟି ସହରରେ ଖୁବ୍‌ଶୀଘ୍ର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରା ବ୍ରଡକାଷ୍ଟିଂ ସମିଟ୍‌ରେ କହିଛନ୍ତି। ଏହି ପ୍ରଯୁକ୍ତି ଲାଗି ୪୭୦ରୁ ୫୮୨ ମେଗାହର୍ଜ ସ୍ପେକ୍ଟ୍ରମ୍‌ ଯୋଗାଇଦିଆଯିବ। ଭିଡିଓ ଟ୍ରାଫିକ୍‌ର ୨୫ରୁ ୩୦ ପ୍ରତିଶତ ଡି୨ଏମ୍‌କୁ ସ୍ଥାନାନ୍ତର କରାଯିବା ଦ୍ୱାରା ୫ଜି ନେଟଓ୍ବାର୍କ ଜାମ୍‌ ହ୍ରାସ ପାଇବ, ଯାହା ଦେଶର ଡିଜିଟାଲ ବିବର୍ତ୍ତନକୁ ତ୍ୱରାନ୍ବିତ କରିବା ସହ କଣ୍ଟେଣ୍ଟ ପ୍ରଦାନକୁ ଅଧିକ ସ୍ବାଧୀନତା ଦେବ।

Share