ଗାଧୋଉଥିବା ମହିଳାଙ୍କ ଭିଡିଓ କରୁଥିଲେ

କଣ୍ଟାମାଳ,୨୫।୭(ଡି.ଏନ୍‌.ଏ.): ନାଳରେ ଗାଧୋଉଥିବା ମହିଳାଙ୍କ ଭିଡିଓ ମୋବାଇଲରେ ଉତ୍ତୋଳନ କରୁଥିଲେ ଜଣେ ଯୁବକ। ଗାଁ ଲୋକେ ସମ୍ପୃକ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡା କରିଦେଇଛନ୍ତି। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଚାରଭାଟି ଗ୍ରାମରେ।

ଯୁବକ ଜଣକ ଗଛ ପଛପଟେ ଲୁଚି ରହି ମୋବାଇଲରେ ଗାଧୋଉଥିବା ବେଳେ ମହିଳାଙ୍କ ଭିଡିଓ ଉତ୍ତୋଳନ କରୁଥିଲେ। ଏକଥା ପ୍ରଘଟ ହେବା ପରେ ଗ୍ରାମବାସୀ ତାଙ୍କୁ କାବୁ କରି ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ  ।ପରେ ତାଙ୍କୁ ଲଣ୍ଡା କରି ଛାଡିଥିଲେ। ଯୁବକଙ୍କ ଘର ଶିମିଳିପଦର ପଞ୍ଚାୟତର କଣ୍ଟାପାଲି ଗ୍ରାମରେ । ଘରେ ତାଙ୍କ ସ୍ତ୍ରୀ ଓ ପିଲାଛୁଆ ଅଛନ୍ତି। ଏନେଇ କଣ୍ଟାମାଳ ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆଙ୍କୁ ପଚାରିବାରେ ଏଭଳି ଘଟଣା ନେଇ କୌଣସି ଅଭିଯୋଗ ହୋଇ ନ ଥିବା କହିଛନ୍ତି।

Share