ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ। ଏପ୍ରିଲ ୧ ଅର୍ଥାତ ଉତ୍କଳ ଦିବସରୁ ଏହାର ଶୁଭାରମ୍ଭ ହେବ। ଏଥିଲାଗି ବିଧାନସଭା ପରିସରରେ ଷ୍ଟୁଡିଓ ତିଆରି ହେଉଛି। ଚ୍ୟାନେଲରେ ବିଧାନସଭା ସମ୍ପର୍କିତ ଖବର ପ୍ରସାରଣ କରାଯିବ ବୋଲି ବୁଧବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେହିଭଳି ଏପ୍ରିଲ ୧ରୁ ବିଧାନସଭା ପତ୍ରିକା ନାମରେ ଏକ ମାସିକ ପତ୍ରିକା ପ୍ରକାଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।