Posted inଜାତୀୟ

ବିଦ୍ୟାସାଗର ସୋନକର କିଏ? ଯାହାଙ୍କୁ ନେଇ ୟୁପି ରାଜନୀତିରେ ବଢ଼ୁଛି ଚର୍ଚ୍ଚା…

ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ବିଧାନ ପରିଷଦ ନିର୍ବାଚନରେ ଐତିହାସକ ବିଜୟ ହାସଲ କରିଛି ଭାଜପା। ଏବେ ଦଳର ନଜର ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ଉପରେ। ସ୍ବତନ୍ତ୍ରଦେବ ସିଂହ ମନ୍ତ୍ରୀ ହୋଇଯିବା ପରେ ଭାଜପା ବର୍ତ୍ତମାନ ରାଜ୍ୟରେ ଏକ ନୂତନ ଅଧ୍ୟକ୍ଷ ଖୋଜୁଛି। ଗତ ୨୦ ବର୍ଷର ରାଜନୈତିକ ଢ଼ାଞ୍ଚାକୁ ଦେଖିଲେ ବ୍ରାହ୍ମଣ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ନେତୃତ୍ୱ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାଛଡ଼ା ଦଳିତ ଚେହେରା ଉପରେ ମଧ୍ୟ ମନ୍ଥନ ହେଉଛି। ଯଦି ରାଜ୍ୟ ଅଧ୍ୟକ୍ଷ ଭାବେ ବ୍ରାହ୍ମଣଙ୍କୁ ନିଆଗଲା ନାହିଁ ତେବେ ଦଳିତ ହିସାବରେ ବିଦ୍ୟାସାଗର ସୋନକରଙ୍କୁ ବିଚାରକୁ ନିଆଯିବା ନେଇ ଚର୍ଚ୍ଚା ବଢ଼ୁଛି।

ଯଦିଓ ଶ୍ରୀକାନ୍ତ ଶର୍ମା ଏବଂ ଦିନେଶ ଶର୍ମା ସମେତ ସାଧାରଣ ସମ୍ପାଦକ ଅନୁପ ଗୁପ୍ତାଙ୍କ ନାମ ଅଧ୍ୟକ୍ଷ ପଦ ଦୌଡ଼ରେ ରହିଛି, କିନ୍ତୁ ଜାତି ସମକରଣ ଅନୁଯାୟୀ ବିଦ୍ୟାସାଗର ଅଧ୍ୟକ୍ଷ ପଦରେ ଫିଟ୍‌ ହେଉଛନ୍ତି। ସେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଆଗାମୀ ଦିନରେ ଭୋଟବ୍ୟାଙ୍କ ସୃଷ୍ଟି କରିବାରେ ପ୍ରମୁଖ ପୁରୋଧା ସାଜି ପାରନ୍ତି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳିତ ସମୁଦାୟ ଭାଜପାକୁ ଖୋଲାଖୋଲି ଭାବେ ସମର୍ଥନ ଦେଇଥିଲା। ସେହିଭଳି ଭାବେ ୨୦୨୪ରେ ଏହି ଭୋଟ ବ୍ୟାଙ୍କର ସମର୍ଥନ ବଜାୟ ରଖିବାକୁ ବିଜେପି ଏହି ଗୋଟି ଚଳାଇପାରେ। ତେବେ ଆସନ୍ତୁ ଜାଣିବା ଏହି ବିଦ୍ୟାସାଗର ସୋନକର କିଏ?

ଆର୍‌ଏସ୍‌ଏସ୍‌ର ସଦସ୍ୟ ରହିଥିବା ବିଦ୍ୟାସାଗର ୧୯୮୫ରେ ଭାଜପାର ବୁଥ୍‌ ଅଧ୍ୟକ୍ଷ ଏବଂ ୧୯୮୯ରେ କାଉନ୍‌ସିଲର ନିର୍ବାଚନରେ ଜିତି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେବେଠାରୁ ଏମ୍‌ଏଲ୍‌ସି ହେବା ପର୍ଯ୍ୟନ୍ତ ତାଙ୍କ ଇନିଂସରେ ଅନେକ ଉତ୍ଥାନ ପତନ ଆସିଛି। ଆରମ୍ଭରୁ ହିଁ ସେ ସଂଗଠନ ସହ ରହିଆସିଛନ୍ତି। ବୁଥ୍‌ କର୍ମଚାରୀଠାରୁ ଆରମ୍ଭ କରି ଅନେକ ପଦବୀରେ ସେ କାମ କରିଛନ୍ତି।

୧୯୬୧ ଜୁଲାଇ ୨୧ରେ ବିଦ୍ୟାସାଗରଙ୍କ ଜନ୍ମ। ପାଠପଢ଼ା ସମୟରେ ସେ ସଂଘ ସହ ଜଡ଼ିତ ହୋଇ ଭାଜପା ବୁଥ୍‌ ଅଧ୍ୟକ୍ଷ ହୋଇଥିଲେ। ପରେ ସେ ଜୋନପୁରରୁ କାଉନ୍‌ସିଲର ଏବଂ ୧୯୯୬ରେ ସୟଦପୁର ବିଧାନସଭା ଆସନରୁ ଭାଜପା ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ର ଲୋକ ସଭା ଏବଂ ୨୦୧୭ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହେଲେ ସେ ହାର ମାନି ନ ଥିଲେ। ଦଳ ସହ ଯୋଡ଼ି ହୋଇ ରହିଥିଲେ। ୨୦୧୬ରେ ତାଙ୍କଚ ବିଧାନ ପରିଷଦ ସଦସ୍ୟ କରାଯାଇଥିଲା। ସେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ରହିଛନ୍ତି। ୨୦୨୨ ନିର୍ବାଚନରେ ସେ ଭାଜପା ପକ୍ଷରୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନିର୍ବାଚନ ପୂର୍ବରୁ ଲୋକମାନଙ୍କ ପାଖରେ ପହଞ୍ଚିବା ଲାଗି ୬ଟି ଯାତ୍ରା କରାଯାଇଥିଲା। ଏହାର ଦାୟିତ୍ୱ ବିଦ୍ୟାସାଗରଙ୍କ ଉପରେ ନ୍ୟସ୍ତ ଥିଲା। ଏବେ ତାଙ୍କର ଦଳିତ ଜାତି ଏବଂ ସାଂଗଠନିକ ଅନୁଭବକୁ ଦେଖି ଭାଜପା ତାଙ୍କୁ ଦଳର ନେତୃତ୍ୱ ଦେବା ନିଶ୍ଚିତ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri