Advertisement

ବୋର୍‌ଓ୍ବେଲରୁ ଉଦ୍ଧାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ୭ ବର୍ଷ ବାଳକର ମୃତ୍ୟୁ

ଭୋପାଳ, ୧୫।୩: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ବୋର୍‌ଓ୍ବେଲରେ ଖସିପଡିଥିବା ୭ ବର୍ଷ ବାଳକ ଲୋକେଶଙ୍କୁ ବୋର୍‌ୱେଲରୁ ଉଦ୍ଧାର କରାଯାଇଛି। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଲୋକୋଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦.୩୦ ସମୟରେ ଲୋକେଶ ବୋର୍‌ୱେଲରେ ଖସିପଡିଥିଲେ, ତାଙ୍କୁ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ୟମ ଚାଲିଥିଲା। ଏଥି ସହିତ ପ୍ରାୟ ଗୋଟିଏ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା, ହେଲେ ଡାକ୍ତରଖାନାରେ ଶିଶୁର ଜୀବନ ରକ୍ଷା ହୋଇପାରି ନ ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share