ନେହା ଆଉଟ୍‌, ବିଦିଶା ଇନ୍‌ !

ବମ୍ବେ: ଅନେକ ବର୍ଷ ଧରି ଛୋଟ ପରଦାରେ ରାଜ କରିଆସୁଛି ‘ଭାବି ଜି ଘର ପେ ହୈ’। ମଝି ମଝିରେ କିଛି କଳାକାର ଶୋ’ ଛାଡ଼ୁଥିଲେ ହେଁ ଏହାର ଲୋକପ୍ରିୟତା ବଜାୟ ରହିଛି। ଏବେ ପୁଣି ଜଣେ ନୂଆ କଳାକାର ଧାରାବାହିକ ସହ ଯୋଡ଼ି ହେବାକୁ ଯାଉଥିବା ଶୁଣିବାକୁ ମିଳୁଛି। ସେ ହେଲେ ଅଭିନେତ୍ରୀ ବିଦିଶା ଶ୍ରୀବାସ୍ତବ। ବିଦିଶା ଧାରାବାହିକରେ ‘ଅନିତା ଭାବି’ ଭୂମିକାରେ ନଜର ଆସିବେ।

ପ୍ରଥମରୁ ଅଭିନେତ୍ରୀ ସୌମ୍ୟା ଟଣ୍ଡନ ଏହି ଭୂମିକା ତୁଲାଇଥିଲେ। ସେ ଶୋ’ ଛାଡ଼ିବା ପରେ ନେହା ପେଡ୍‌ନସେଙ୍କ ଏଣ୍ଟ୍ରି ହୋଇଥିଲା। ଏବେ ନେହାଙ୍କ ସ୍ଥାନ ବିଦିଶା ନେବେ ବୋଲି କୁହାଯାଉଛି। ଆଧିକାରିକ ଭାବେ କୌଣସି ଘୋଷଣା ହୋଇ ନ ଥିଲେ ହେଁ ଏହା ଏକପ୍ରକାର ସ୍ପଷ୍ଟ ବୋଲି କୁହାଯାଇପାରେ। ନିର୍ମାତାମାନେ ଅଭିନେତ୍ରୀଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି।

Share