ଭିନେଶଙ୍କୁ ପଦକ ମିଳିବ ନା ନାହିଁ, ବଡ଼ ସଙ୍କେତ ଦେଲେ ଫୋଗଟଙ୍କ ଓକିଲ

ନୂଆଦିଲ୍ଲୀ,୧୪।୮: ରେସଲର ଭିନେଶ ଫୋଗଟଙ୍କ ମାମଲାରେ ଆଜି ସିଏଏସ୍‌ ନିଷ୍ପତ୍ତି ଶୁଣାଇବ। ଏଭଳି ପରିସ୍ଥିତିରେ ସମଗ୍ର ଭାରତ ବିନେଶ ମାମଲାର ନିଷ୍ପତ୍ତିକୁ ଅପେକ୍ଷା କରିଛି। କୋଟି କୋଟି ଦେଶବାସୀଙ୍କ ମନରେ ପ୍ରଶ୍ନ ହେଉଛି ଭାରତୀୟ ରେସଲରଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ? ଏହି ପ୍ରସଙ୍ଗରେ ଭିନେଶଙ୍କ ୪ ଓକିଲଙ୍କ ମଧ୍ୟରୁ ଜଣେ ଓକିଲ ନିଜର ମତ ରଖିଛନ୍ତି।

ଏକ ସାକ୍ଷାତକାରରେ ଓକିଲ ବିଦୁଷ୍ପତ ସିଂଘାନିଆ କହିଛନ୍ତି , ତାଙ୍କ ତରଫରୁ ବହୁତ ପରିଶ୍ରମ କରାଯାଇଛି ଏବଂ ସେ ଆଶା କରିଛନ୍ତି ଯେ ଭିନେଶ ନିଶ୍ଚିତ ଭାବରେ ପଦକ ପାଇବେ। ସେ କହିଛନ୍ତି, ଆମ ସମସ୍ତଙ୍କର ଆଶା ଅଛି, ସେଥିପାଇଁ ଆମେ ଆବେଦନ କରିଥିଲୁ ।CAS ଆଡ-ହକ ପ୍ୟାନେଲ ପାଖରେ ୨୪ଘଣ୍ଟା ସମୟସୀମା ଅଛି। ପ୍ୟାନେଲ ଏହି ବିଷୟକୁ ଗମ୍ଭୀରତାର ସହ ନେଉଛି ଯଦି ବିଚାରପତି ଏହା ବିଷୟରେ ଅଧିକ ଚିନ୍ତା କରୁଛନ୍ତି, ତେବେ ଏହା ଆମ ପାଇଁ ଭଲ ଅଟେ।

ବିଦୁଷ୍ପତ ସିଂଘାନିଆ ଏହା ମଧ୍ୟ କହିଛନ୍ତି ଯେ ସେ CAS ରେ ଅନେକ ମାମଲା ଲଢି ସାରିଛନ୍ତି, କିନ୍ତୁ ଏଠାରେ ମାମଲା ଜିତିବାର ପ୍ରତିଶତ ବହୁତ କମ ଅଟେ। ଭିନେଶଙ୍କ କ୍ଷେତ୍ରରେ ସେ ଏକ ଐତିହାସିକ ନିଷ୍ପତ୍ତି ଆଶା କରୁଛନ୍ତି। ଏହା ଟିକିଏ କଷ୍ଟସାଧ୍ୟ, କିନ୍ତୁ ସମସ୍ତେ ଏକ ବଡ଼ ନିଷ୍ପତ୍ତି ଆଶା କରୁଛନ୍ତି । ଭିନେଶଙ୍କୁ ପଦକ ଦେବାକୁ ସେ ବହୁତ ଚେଷ୍ଟା କରୁଛନ୍ତି। ହେଲେ ପଦକ ନ ପାଇଲେ ବି ଭିନେଶ ସମସ୍ତଙ୍କ ପାଇଁ ଚାମ୍ପିୟନ ଆଥଲେଟ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri