ବିଦ୍ୟାଙ୍କ ମତ

ମୁମ୍ବାଇ: ବଲିଉଡ୍ ନାୟିକା ବିଦ୍ୟା ବଲାନ ସବୁଠାରୁ ନିଆରା ବୋଲି କୁହାଯାଏ । ନିକଟରେ ସେ ଏକ ସାକ୍ଷାତ୍‌କାରରେ ନିଜର କିଛି ପର୍ସନାଲ ଅନୁଭୁତି ଶେୟାର କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସେ ନିଜ କ୍ୟାରିୟର ବ୍ୟତୀତ ନିଜ ପର୍ସନାଲ ଲାଇଫକୁ ନେଇ ରହିଥାଆନ୍ତି ଚର୍ଚ୍ଚାରେ । ନିକଟରେ ସେ ନିଜ ବୈବାହିକ ଜୀବନକୁ ନେଇ ଯାହାସବୁ କହିଛନ୍ତି ତାହା ଏବେ ଚର୍ଚ୍ଚାର ପରିସରକୁ ଚାଲି ଆସିଛି । ସେ କହିଛନ୍ତି ଜୀବନରେ ନିଜ ପାର୍ଟନରଙ୍କୁ କେବେ ହାଲୁକା ଭାବେ ଗ୍ରହଣ କରିବା ଠିକ୍ ନୁହେଁ । ଏମିତି କଲେ କୁଆଡେ ବୈବାହିକ ଜୀବନର ଖୁସି କମ୍ ହୋଇଯାଇଥାଏ । ସେ କହିଛନ୍ତି ବିବାହ ପରେ ଆପଣ ଯେଉଁ ବ୍ୟକ୍ତି ସହ ଜୀବନ ଅତିବାହିତ କରିବେ ତା’ସହ ଆପଣ ବଡ ହୋଇ ନାହାନ୍ତି । ଏହାଠିକ୍ ଯେ ସେହି ବ୍ୟକ୍ତିଙ୍କୁ ହାଲୁକା ଭାବେ ନିଆଯାଇପାରେ । ହେଲେ ଏହା ଖୁବ୍ ଭୟାନକ ବୋଲି ସେ କହିଛନ୍ତି । ତେବେ ବିବାହର ୮ ବର୍ଷ ମଧ୍ୟରେ ମୁଁ ଯାହା ଦେଖିଛି ସାମ୍ନା ଲୋକଙ୍କୁ ଏତେ ହାଲ୍‌କା ନେବା ଆଦୌ ଠିକ୍ ନୁହେଁ । ଏବେ ସୋସିଆଲ ମିଡିଆରେ ବିଦ୍ୟାଙ୍କ ଏହି କଥା ଖୁବ୍ ଚର୍ଚ୍ଚାରେ । ଏହାସହ ବିଦ୍ୟା ତାଙ୍କ ଶରୀରର ଓଜନକୁ ନେଇ କିପରି ଟ୍ରୋଲର ଶିକାର ହୋଇଥିଲେ ତାହା ମଧ୍ୟ ଖୋଲାଖୋଲି ଭାବେ କଥା ହୋଇଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଫିଲ୍ମ ‘ଦ ଡାର୍ଟି ଗର୍ଲ’ ପାଇଁ ନିଜ ଶରୀରର ଓଜନ ବଢାଇଥିଲେ ସେତେବେଳେ ସେ ଠିକ୍ ଥିଲେ । ହେଲେ ତା’ପରେ ସେ ଟ୍ରୋଲର ଶିକାର ହୋଇଥିଲେ । ହେଲେ ଏବେ ଧିରେ ଧିରେ ସେ ସେଥିପ୍ରତି ନଜର ଦେଉ ନ ଥିବା କହିଛନ୍ତି ।

Share