‘ଭୁଲଭୁଲେୟା ୨’ରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ନିର୍ଦ୍ଦେଶକ ଅନିସ ବଜମୀ କିୟାରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ସିକୁଏଲ ‘ଭୁଲଭୁଲେୟା ୨’ ନିର୍ମାଣ କରୁଛନ୍ତି । ତେବେ ଏଥିରେ ବିଦ୍ୟା ବଲାନ ବି ନଜର ଆସିବେ ବୋଲି ଜଣାପଡିଛି । ନିର୍ଦ୍ଦେଶକ ଅନିସଙ୍କ ସହ ବିଦ୍ୟା ୨୦୧୧ ମସିହାରୁ କାମ କରିଛନ୍ତି ଫିଲ୍ମ ‘ଥ୍ୟାଙ୍କ ୟୁ’ରେ । ଏହାସହ ‘ଭୁଲଭୁଲେୟା’ରେ ବିଦ୍ୟାଙ୍‌୍ ମଞ୍ଜୁଳିକା ଭୂମିକା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ତେଣୁ ଏଥର ବି ଏହାର ସିକୁଏଲରେ ଦେଖିବାକୁ ମିଳିବ ବିଦ୍ୟାଙ୍କୁ । ତେବେ ଆମି ଯେ ତୋମରା ଗୀତରେ ସେ ନାଚିବେ କି ନା ତାହା ସ୍ପଷ୍ଟ ହୋଇନାହିଁ । ଅନିସ କହିଛନ୍ତି ମଞ୍ଜୁଳିକା ତାଙ୍କର ପସନ୍ଦର ଚରିତ୍ର । ତେଣୁ ସେ ଯଦି ଭୁଲଭୁଲେୟାରେ ଅଛନ୍ତି ଭୁଲଭୁଲେୟା ୨ରେ ବି ରହିବା ଉଚିତ । ଏହାସହ ଫିଲ୍ମରେ ଆଶ୍ଚର୍ଯ୍ୟ କଲାଭଳି ବି ଅନେକ କିଛି ରହିଛି ବୋଲି ନିର୍ଦ୍ଦେଶକ କହିଛନ୍ତି ।
ଖୁବ୍ କମ୍ ଲୋକ ଜାଣିଥିବେ କ୍ୟାରିୟର ଆରମ୍ଭରୁ ବିଦ୍ୟାଙ୍କୁ ରିଜେକଶନର ସାମ୍ନା କରିବାକୁ ପଡିଥିଲା । ଏହାସହ ସେ ଯେଉଁଥିରେ କାମ କରୁଥିଲେ ତାହା କୌଣସି ନା କୌଣସି କାରଣରୁ ବନ୍ଦ ହୋଇ ଯାଉଥିଲା । ତେଣୁ ଇଣ୍ଡଷ୍ଟ୍ରିରେ ତାଙ୍କୁ ଅଶୁଭ ବୋଲି କୁହାଯାଉଥିଲା । ହେଲେ ‘ପରିଣିତା’ପରେ ତାଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥିଲା । ପ୍ରଥମେ ସେ ଏକତା କପୁରଙ୍କ ସିରିଏଲରେ କାମ କରିଥିଲେ ବି ବଡ ପରଦାରେ ଯେମିତି ତାଙ୍କ ପାଇଁ ସ୍ଥାନ ନ ଥିଲା । ହେଲେ ଭାଗ୍ୟର ପରିବର୍ତ୍ତନ କୁହନ୍ତୁ ଅବା ବିଦ୍ୟାଙ୍କ ଏକାଗ୍ରତା ତାଙ୍କୁ ବଡ ପରଦାରେ ସୁଯାଗ ଦେବା ସହ ମନୋରଞ୍ଜନ ଦୁନିଆର ଜଣେ ଆଗଧାଡିର ନାୟିକାର ପରିଚୟ ମିଳିଲା ।

Share