ବମ୍ବେ: ନିଜର ଦମଦାର ଅଭିନୟକୁ ନେଇ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ ପରିଚିତ। ହେଲେ ସେ ନିଜର ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି। ହେଲେ କିଛିଦିନ ପୂର୍ବେ ବିଦ୍ୟା ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଥିଲେ। ସେଇଟି ଥିଲା ତାଙ୍କ ରୋଗ। ବିଦ୍ୟା ଅବ୍ସେସିଭ୍ କମ୍ପଲ୍ସିଭ୍ ଡିସ୍ଅର୍ଡର (ଓସିଡି)ରେ ପୀଡ଼ିତ ଥିଲେ।
ଓସିଡି ଏକ ମନୋବୈଜ୍ଞାନିକ ସମସ୍ୟା। ଏଥିରେ ପୀଡ଼ିତ ହେବା ପରେ ବିଦ୍ୟା ଘରେ କିଏ ଚପଲ ପିନ୍ଧି ବୁଲୁ ବୋଲି ପସନ୍ଦ କରୁ ନ ଥିଲେ। ସାମାନ୍ୟ ଧୂଳିମାଟି ଦେଖିଲେ ସେ ଅସୁସ୍ଥ ହୋଇଯାଉଥିଲେ। ସଫା ରହିବାକୁ ସେ ପାଗେଳି ପ୍ରାୟ ହୋଇଯାଉଥିଲେ। ବାରମ୍ବାର ହାତ ଧୋଉଥିଲେ। ପରେ କିନ୍ତୁ ଚିକିତ୍ସକଙ୍କ ପରାମର୍ଶକ୍ରମେ ସେ ଠିକ୍ ହୋଇଯାଇଥିଲେ।