ଓସ୍କାର ଦୌଡ଼ରେ ‘ଶେରନୀ’, ‘ସର୍ଦ୍ଦାର ଉଧମ’

ମୁମ୍ବାଇ,୨୧।୧୦: ଆସନ୍ତା ବର୍ଷ ଓସ୍କାର ପାଇଁ ବଲିଉଡ୍‌ର ଦୁଇଟି ଫିଲ୍ମକୁ ଚୂଡ଼ାନ୍ତ କରାଯାଇଛି। ଶର୍ଟଲିଷ୍ଟ ହୋଇଥିବା ମୋଟ ୧୪ ଫିଲ୍ମ ତାଲିକାରେ ସ୍ଥାନ ପାଇଛି ବିଦ୍ୟା ବାଲନଙ୍କ ‘ଶେରନୀ’ ଓ ଭିକି କୌଶଲଙ୍କ ଅଭିନୀତ ‘ସର୍ଦ୍ଦାର ଉଧମ’। ଏମାନଙ୍କ ମଧ୍ୟରୁ କେବଳ ଗୋଟିଏ ଶ୍ରେଷ୍ଠ ଫିଲ୍ମ ୯୪ତମ ଏକାଡେମୀ ଆଓ୍ବାଡର୍‌ସର ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ କାଟେଗୋରିରେ ଭାରତର ପ୍ରତିନିଧିତ୍ୱ କରିପାରିବ। ଉଭୟ ଫିଲ୍ମ ଚଳିତ ବର୍ଷ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି।

ଅମିତ ମାସୁରକାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଶେରନୀ’ ଫିଲ୍ମରେ ବିଦ୍ୟା ଜଣେ ଫରେଷ୍ଟ ଅଧିକାରୀଙ୍କ ଭୂମିକାରେ ନଜର ଆସିଥିଲେ, ଯେଉଁଥିରେ ସେ ମନୁଷ୍ୟ-ପଶୁ ବିବାଦକୁ ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି। ସେହିଭଳି ୧୯୧୯ ଜାଲିଓ୍ବାଲା ବାଗ ଗଣହତ୍ୟାର ପ୍ରତିଶୋଧ ନେଇଥିବା ବୈପ୍ଳବିକ ସର୍ଦ୍ଦାର ଉଦମ ସିଂଙ୍କ କାହାଣୀ ଉପରେ ‘ସର୍ଦ୍ଦାର ଉଧମ’ ଅଧାରିତ। ଭିକି କୌଶଲଙ୍କ ଷ୍ଟାରର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶୁଜିତ ସିରକାର।

Share