ଓସ୍କାର ଦୌଡ଼ରେ ବିଦ୍ୟା ବାଲନଙ୍କ ଫିଲ୍ମ

ନୂଆଦିଲ୍ଲୀ, ୪ା୨- ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଶର୍ଟ ଫିଲ୍ମ ‘ନଟଖଟ’ ଓସ୍କାର ୨୦୨୧ ବେଷ୍ଟ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ସାମିଲ ହୋଇଛି। ଏହି ଶର୍ଟ ଫିଲ୍ମରେ ବିଦ୍ୟା ପ୍ରଡ୍ୟୁସର ଭାବେ ପଦାର୍ପଣ କରିଛନ୍ତି। ନଟଖଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମସାନ ଓ ଜୁବାନ ଭଳି ଫିଲ୍ମର ଡିରେକ୍ଟ କରିଥିବା ଶାନ ଭ୍ୟାସ। ଓସ୍କାର ଦୌଡ଼ରେ ଏହି ଫିଲ୍ମ ସାମିଲ ହୋଇଥିବା ଟୁଇଟର ଯୋଗେ ସୂଚନା ଦେଇଛନ୍ତି ବିଦ୍ୟା।

”ଖୁବ୍‌ ଉତ୍ସାହିତ ଅଛି। ଓସ୍କାର ୨୦୨୧ ବେଷ୍ଟ ଶର୍ଟ ଫିଲ୍ମ ଦୌଡ଼ରେ ସାମିଲ ହୋଇଛି ଆମ ଫିଲ୍ମ ନଟଖଟ। ଅନ୍ତର୍ଜାତୀୟ ପୁରସ୍କାରରେ ଭରି ରହିଥିଲା ୨୦୨୦ ବର୍ଷ“ ବୋଲି ଟୁଇଟ୍‌ କରିଛନ୍ତି ବିଦ୍ୟା।

Share