ବାରିପଦା ଅଫିସ,୨ା୯: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଗୁରୁବାର ତାଙ୍କ ବାପଘର ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗଁା ଘରେ ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ଏବଂ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ସରକାରୀ କ୍ୱାର୍ଟର୍ସରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିବା ବିଦ୍ୟାଭାରତୀ ସୂଚନା ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏବଂ ପରେ କଟକର ଏକ ଘରୋଇ ମେଡିକାଲକୁ ସୌମ୍ୟଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।