ସୌମ୍ୟ ଜଳୁଥିଲେ, ଲିଭାଇ ନ ଥିଲେ ବିଦ୍ୟାଭାରତୀ

ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଏକ ଦୁର୍ଘଟଣା ଜନିତ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଜଣାପଡିଛି। ସୌମ୍ୟଙ୍କ ସରକାରୀ ବାସ ଭବନରେ ହିଁ ଏହି ଘଟଣା ଘଟିଛି। ଏଥିରେ ଡିଏଫଓ ଏବଂ ରୋଷେୟାଙ୍କ କୌଣସି ସମ୍ପୃକ୍ତି ନାହିଁ। ତେବେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଅବହେଳା କରିଛନ୍ତି। ତଦନ୍ତରୁ ଜଣାପଡିଛି ଯେ, ସୌମ୍ୟଙ୍କ ଦେହରେ ଯେତେବେଳେ ନିଆଁ ଲାଗିଥିଲା ସ୍ତ୍ରୀ ବିଦ୍ୟାଭାରତୀ ଲିଭାଇବାକୁ ଚେଷ୍ଟା କରି ନ ଥିଲେ। ଏପରିକି ପାଟି କରି କାହାରିକୁ ନିଆଁ ଲିଭାଇବାକୁ ଡାକି ନ ଥିଲେ। ଏନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷେ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଦ୍ୟାଭାରତୀଙ୍କ ନାମରେ ଦଫା ୨୮୫ ଓ ୩୦୪(ଏ) ଲାଗିଛି। ସୌମ୍ୟଙ୍କ ସହ ବିଦ୍ୟାଭାରତୀଙ୍କ ସମ୍ପର୍କ ଭଳ ନ ଥିଲା। ଏକଥା ତଦନ୍ତ ଏବଂ ବିଦ୍ୟାଙ୍କ ପଲିଗ୍ରାଫ୍‌ ଟେଷ୍ଟ ବେଳେ ଜଣାପଡିଛି।

Share