ଭୁବନେଶ୍ୱର,୧୮।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଶନିବାର ଜିଆର୍ପି ପୋଲିସ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ମା’ ଏବଂ ଭାଇଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି।
କଟକ କାଜିବଜାରସ୍ଥିତ ଘରକୁ ଯାଇ ପୋଲିସ ପଚରାଉଚରା କରିଛି। ଏହି ସମୟରେ ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ପାରିପାରିକ ଜୀବନ ସମ୍ପର୍କରେ ପୋଲିସ ପ୍ରଶ୍ନ କରିିଛି। ପୂର୍ବରୁ ପୋଲିସ ସ୍ତ୍ରୀ ବିଦ୍ୟାଶ୍ରୀ ଓ ବାପାମା’ଙ୍କୁ ଜେରା କରିଥିଲା। ସାଢ଼େ ୩ ଘଣ୍ଟା ଧରି ୩ଜଣଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି।