ପ୍ରଥମଥର ପାଇଁ ବାୟୋପିକରେ କାମ କରିବେ ବିଦ୍ୟୁତ

ମୁମ୍ବାଇ: ବଲିଉଡ ଆକ୍ସନ ଷ୍ଟାର ବିୁଦ୍ୟୁତ ଜାମୱାଲ ତାଙ୍କର ପ୍ରଥମ ବାୟୋପିକ ‘ଶେର ସିଂହ ରାଣା’ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ବିନୋଦ ଭାନୁଶାଳୀଙ୍କ ଦ୍ୱାରା ନିର୍ମିତ ଏହାର ନିର୍ଦ୍ଦେଶନା ଦେଇଛନ୍ତି ନାରାୟଣ ସିଂହ । ଏହା ଏକ ଥ୍ରିଲର ମୁଭି । ଯେଉଁଥିରେ ଏକ ଅନରିୟଲ ବ୍ୟକ୍ତିଙ୍କ ବାସ୍ତବିକ କାହାଣୀକୁ ଦର୍ଶାଯିବ । ସେ ଜଣେ କଟ୍ଟର ରାଜପୁତ । ସେ ଭାରତର ୮୦୦ ବର୍ଷ ପୁରୁଣା ଗୌରବ ପୃଥ୍ୱିରାଜ ଚୌହାନଙ୍କ ଅବଶେଷକୁ ଭାରତ ଫେରାଇ ଆଣିବା ପାଇଁ ସବୁଠାରୁ ବିପଦପୂର୍ଣ୍ଣ ଯାତ୍ରା ଆରମ୍ଭ କରିଥିଲେ ।
ଶେର ସିଂହ ରାଣା ଯେତେବେଳେ ତିହାଡ ଜେଲରେ ଥିଲେ ସେତେବେଳେ ହିଂସା ନୁହେଁ ବରଂ ନିଜର ବୁଦ୍ଧି ଖଟାଇ ସେ ଜେଲର ଉଚ୍ଚ ସୁରକ୍ଷାକୁ ଡେଇଁ ଚାଲି ଆସିଥିଲେ । ଆଉ ଏହି ଖବର ସାରା ଭାରତରେ ହଙ୍ଗାମା କରିଥିଲା । ତେବେ ଏଥିରେ ଅଭିନୟ କରିବାକୁ ଯାଉଥିବା ଅଭିନେତା ବିଦ୍ୟୁତ ଜାମୱାଲା କହିିଛନ୍ତି ଏହା ତାଙ୍କର ପ୍ରଥମ ବାୟୋବିକ । ଏଥିପାଇଁ ସେ ଉତ୍ସାହିତ ଥିବା କହିଛନ୍ତି । ଆକ୍ସନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଦୁୃତ ଜାମୱାଲା ଏଥିରେ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ ଯାହା ସେ କେବେ ପୂର୍ବରୁ କରି ନାହାନ୍ତି ।

Share