ବମ୍ବେ: ଅନ୍ତରାଷ୍ଟ୍ରୀୟସ୍ତରରେ ଭାରତକୁ ଗୌରବାନ୍ବିତ କରିଥିବା ଅନ୍ୟତମ ଅଭିନେତା ପାଲଟିଛନ୍ତି ବିଦ୍ୟୁତ ଜାମଓ୍ବାଲ। ପୂର୍ବରୁ ତାଙ୍କୁ ଜ୍ୟାକି ଚାନ୍ ଆକ୍ସନ ମୁଭି ଆଓ୍ବାର୍ଡ ମିଳିସାରିଛି। ଏବେ ତାଙ୍କୁ ଭ୍ଲାଦିମିର ପୁଟିନ୍ ଏବଂ ବିୟର ଗ୍ରିଲ୍ସଙ୍କ ଭଳି ବଡ଼ ନାମ ଥିବା ତାଲିକାରେ ସାମିଲ କରାଯାଇଛି।
‘ଦ ରିଚେଷ୍ଟ’ ପକ୍ଷରୁ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଦୁନିଆର ଏଭଳି ବ୍ୟକ୍ତିତ୍ୱ ରହିଛନ୍ତି ଯାହାଙ୍କ ସହ ଝଗଡ଼ା କରିବା ଅସୁବିଧାରେ ପକାଇବାରେ। ଏଥିରେ ଭାରତର ଗୋଟିଏ ମାତ୍ର ବ୍ୟକ୍ତି ଭାବେ ବିଦ୍ୟୁତ୍ଙ୍କ ନାମ ରହିଛି।
ବିଦ୍ୟୁତ୍ଙ୍କ ବିଷୟରେ ଯଦି କଥାହେବା ତାହା ହେଲେ, ସେ ୨୦୧୧ରେ ‘ଫୋର୍ସ’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ସେ କମାଣ୍ଡୋ ସିିରିଜ୍ରେ କାମ କରିଛନ୍ତି। ଏପରିକି ବାଦ୍ଶାହା ଏବଂ ଜଙ୍ଗଲ ଫିଲ୍ମରେ ତାଙ୍କ ନିଖୁଣ ଅଭିନୟ ସମସ୍ତଙ୍କ ମନ କିଣିଛି। ବିଶେଷକରି ନିଜେ ଆକ୍ସନ ଦୃଶ୍ୟ କରୁଥିବାରୁ ତାଙ୍କର ବିଶେୟଷ ଉପଲବ୍ଧି ରହିଛି। ଆଗାମୀ ଦିନରେ ତାଙ୍କ ଫିଲ୍ମ ‘ୟାରା’ ଆସିବାକୁ ଯାଉଛି। ଜୁଲାଇ ୩୦ରେ ଏହାକୁ ଜି-୫ରେ ରିଲିଜ କରାଯିବ।