ଭିଏତନାମର ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ: ୫୦ ମୃତ

ହନୋଇ,୧୩।୯: ଭିଏତନାମର ରାଜଧାନୀ ହନୋଇର ଏକ ଆପାର୍ଟମେଣ୍ଟ ବ୍ଲକରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁଯାୟୀ, ଭିଏତନାମ ନ୍ୟୁଜ ଏଜେନ୍ସି (ଭିଏନଏ) କହିଛି ଯେ, ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନଅ ମହଲା କୋଠାରେ ନିଆଁ ଲାଗିଯାଇଥିଲା। ଏହି ବିଲ୍ଡିଂରେ ପ୍ରାୟ ୧୫୦ ଲୋକ ରହୁଥିଲେ।

ଭିଏତନାମର ରାଜଧାନୀ ହନୋଇରେ ନିଆଁ ଲାଗିଥିବା ଏହି କୋଠାଟି ସହରର ଆବାସିକ ଅଞ୍ଚଳର ଏକ ସଂକୀର୍ଣ୍ଣ ରାସ୍ତାରେ ଅବସ୍ଥିତ। ତେବେ ନିଆଁ ଲାଗିବା ପରେ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି, ତେବେ ପ୍ରାୟ ୭୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥିମଧ୍ୟରୁ ୫୪ ଜଣଙ୍କୁ ଡାକ୍ତରଖାନା ନିଆଯାଇଛି।

Share