୩୦୦ବିଲେଇଙ୍କୁ ମାରି ଗ୍ରାହକଙ୍କୁ ପରଷୁଥିଲେ କ୍ୟାଟ ସୁପ୍‌, ଆଉ ଏବେ…

ହାନୋଇ,୨୯।୧୨: ଆପଣ ଚିକେନ କିମ୍ବା ଭେଜ ସୁପ୍‌ ବିଷୟରେ ତ ଶୁଣିଥିବେ ହେଲେ କେବେ ବିଲେଇ ମାଂସର ସୁପ୍‌ କଥା ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା। ଭିଏତନାମାର ଏକ ପୁରୁଣା ରେଷ୍ଟୁରାଣ୍ଟରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି ବର୍ଷ ବର୍ଷ ଧରି ବିଲେଇ ମାଂସର ସୁପ୍‌ ବିକ୍ରି କରାଯାଉଛି। ଏହି ରେଷ୍ଟୁରାଣ୍ଟରେ ଏପ୍ରକାର ଡିସ୍‌ କ୍ୟାଟ ସୁପ୍‌ ଭାବରେ ମଧ୍ୟ ପରିଚିତ। ଏଥିପାଇଁ ରେଷ୍ଟୁରାଣ୍ଟ ମାଲିକ ପ୍ରତି ମାସରେ ୩୦୦ରୁ ଅଧିକ ବିଲେଇଙ୍କୁ ହତ୍ୟା କରିଥାନ୍ତି। ଅନୁମାନ କରିପାରୁଥିବେ ଲୋକଟି ମାସକୁ ୩୦୦ବିଲେଇ ଭାବରେ ଆଜି ଯାଏଁ କେତେ ବିଲେଇର ହତ୍ୟା କରିଥିବ!

ଭିଏତନାମର ଜିୟା ବାଓ ରେଷ୍ଟୁରାଣ୍ଟର ମାଲିକ ଫାମ କ୍ୱୋକ କ୍ୟାଟ ସୁପ୍‌ ପ୍ରସ୍ତୁତ କରୁଥିଲେ। ହଠାତ୍‌ ଦିନେ ସେ ରେଷ୍ଟୁରାଣ୍ଟ ସାମ୍ନାରେ ଥିବା ବିଜ୍ଞାପନକୁ ଚିରି ଦୋକାନରେ ତାଲା ଝୁଲାଇ ଦେଇଥିଲେ। କୁହାଯାଉଛି କି, ଫାମ ନିଜ ଭୁଲକୁ ନେଇ ପଶ୍ଚାତାପ କରୁଛନ୍ତି ସେଥିପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି। ସେହିପରି ରେଷ୍ଟୁରାଣ୍ଟରେ ଥିବା ୨୦ବିଲେଇଙ୍କୁ ଛାଡି ଦେଇଛନ୍ତି। କିଛିଙ୍କୁ ଆଡପଶନ ସେଣ୍ଟରକୁ ଛାଡିବା ସହ କିଛିଙ୍କୁ ସ୍ଥାନୀୟ ଲୋକଙ୍କ ପାଖକୁ ଛାଡି ଦେଇଛନ୍ତି।

ଫାମ କହିଛନ୍ତି, ରେଷ୍ଟୁରାଣ୍ଟରେ କ୍ୟାଟ ସୁପ୍‌ ବିକ୍ରି କରିବା ପୂର୍ବରୁ ଅନ୍ୟ ଖାଦ୍ୟ ଓ ପାନୀୟ ବିକ୍ରି କରୁଥିଲି। କିନ୍ତୁ ଏଥିରୁ ଭଲ ଆୟ ହୋଇପାରୁ ନ ଥିଲା। ପରେ କ୍ୟାଟ ସୁପ୍‌ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲି। ସେତେବେଳେ ଆମ ଇଲାକାରେ ସେମିତି କିଛି ମିଳୁ ନ ଥିଲାା। ତେଣୁ କ୍ୟାଟ ସୁପ୍‌ର ଚାହିଦା ବଢିବାକୁ ଲାଗିଲା। ଏବେ ମୁଁ କରିଥିବା ଭୁଲର ପରିଣାମ ବୁଝିପାରୁଛି। ସେଥିପାଇଁ ମୁଁ ଦୋକାନ ବନ୍ଦ କରିଦେଲି।

Share