ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ, ଟଙ୍କା ନେଉଥିବାବେଳେ ରେଡ୍‌ ହ୍ୟାଣ୍ଡେଡ ଗିରଫ

ରାଉରକେଲା,୨୯।୨: ଭିଜିଲାନ୍ସ ଜାଲରେ ଇଏସଆଇ ମେଡିକାଲ ଡିସପେନସରୀ ବରିଷ୍ଠ କିରାଣି ଅଭିରାମ ସାହୁ। ଜେଲ୍‌ ରୋଡ୍‌ କିରାଣି ଧରାପଡିଛନ୍ତି। ବିଲ୍‌ ପାସ୍‌ କରିବାକୁ ୧୦ହଜାର ଟଙ୍କା ନେବାବଳେ ରେଡ୍‌ ହ୍ୟାଣ୍ଡେଡ ଧରା ପଡିଛନ୍ତି କିରାଣୀ ଅଭିରାମ।
ସୂଚନାଥାଉ କି, ଗ୍ୟାସ ମେକାନିକ ବିଶ୍ୱନାଥ ସିଂହଙ୍କ ଫାଇଲ ପାସ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ରେଡ୍‌ ହ୍ୟାଣ୍ଡେଡ ମାଡି ବସିଛି ଭିଜିଲାନ୍ସ ଟିମ। ତଦନ୍ତ ବେଳେ ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀ ରଙ୍ଗବୋଳା ଟଙ୍କା ଜବତ କରିଛନ୍ତି। ଟିମ ଅଧିକାରୀ ଏକକାଳୀନ ତାଙ୍କ ଅଫିସ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତ। ମିଳିଥିବା ସୂଚନା ମୁତାବକ ବିଶ୍ୱନାଥ ବାଲୁଘାଟ ବସ୍ତିରେ ରହନ୍ତି । ସେ ରୁପୁଟୋଲାରେ ଥିବା ଭାରତ ଗ୍ୟାସ ଏଜେନ୍ସିରେ ଚୁଲା ମେକାନିକ କାମ କରନ୍ତି। ଗତ ୨୦୨୦ ମଇ ମାସରେ ସେ ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଇଏସଆଇ ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା।

ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ଚିକିତ୍ସା ଖର୍ଚ୍ଚ ପ୍ରାୟ ଲକ୍ଷେ ଟଙ୍କା ଫେରିପାଇବାକୁ ରାଉରକେଲା ଆଇଟିଆଇ ନିକଟସ୍ଥ ଇଏସଆଇ ଡିସପେନସରୀରେ ବରିଷ୍ଠ କିରାଣି ଅଭିରାମ ସାହୁଙ୍କୁ ଦେଖା କରିଥିଲେ। ଅଭିରାମଙ୍କ କହିବାନୁଯାୟୀ ସେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ହେଲେ ଅଭିରାମ ଫାଇଲ ପାସ କରିଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

Share