ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡାକ୍ତର,ଆଜି ହେଲେ ଗିରଫ

ଢେଙ୍କାନାଳ ଅଫିସ,୨୦।୭: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ବୁଧବାର ଗିରଫ ହୋଇଛନ୍ତି। ମଙ୍ଗଳବାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
ସୂଚନାନୁସାରେ, ଜୀବନବୀମା କାଗଜପତ୍ରରେ ଦସ୍ତଗତ କରିବା ଲାଗି ଜଣେ ବୀମା ଏଜେଣ୍ଟଙ୍କଠାରୁ ୧୧ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହିପରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଅଭିଯୁକ୍ତ ଡାକ୍ତରଙ୍କ ବାଲେଶ୍ୱର ଜିଲା ଓପଦା ଥାନା ଗଡ଼ାସାହିସ୍ଥିତ ପୈତୃକ ଗ୍ରାମ, ମୟୁରଭଞ୍ଜ ଜିଲା ଯଶିପୁର ଏବଂ ଢେଙ୍କାନାଳ ରଥଗଡ଼ସ୍ଥିତ ଭଡ଼ା ଘରେ ଏକାକାଳୀନ ଚଢାଉ କରାଯାଇଥିଲା।

Share