ଟଙ୍କା ଜମାକରୁଥିବା ବେଳେ ଧରାପଡ଼ିଲେ ଭିଜିଲାନ୍ସ ହାତରେ

ମାଲକାନଗିରି,୨୫।୩(ଡି.ଏନ୍‌.ଏ.): ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଯନ୍ତ୍ରୀ ଦାସ ଶୁକ୍ରବାର ଡିସିବି ବ୍ୟାଙ୍କରେ ୧୦ ଲକ୍ଷ ଜମା କରିବାକୁ ଯାଇଥିବା ବେଳେ ଭିଜିଲାନ୍ସ ଅଧିକାରୀ ଚଢାଉ କରି ତାଙ୍କୁ କାବୁ କରିନେଇଥିଲେ ।

ସୂଚନା ମୁତାବକ, ମାର୍ଚ୍ଚ ମାସରେ କିଛି ଠିକାଦାରଙ୍କୁ ବିଲ୍‌ କରାଇଦେବାକୁ କହି ଲାଞ୍ଚ ଆକାରରେ ୧୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିିକରି ମାଲକାନଗିରି, ନବରଙ୍ଗପୁର ଏବଂ ଜୟପୁରର ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନେ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲେ। ପରେ ଭଜିଲାନ୍ସ ଟିମ୍‌ ଯନ୍ତ୍ରୀଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲେ। ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୨୩ ହଜାର ୯୭୦ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ଡିଏସ୍‌ପିଙ୍କ କାର୍ଯ୍ୟାଳୟରେ ଯନ୍ତ୍ରୀ ଆଶିଷଙ୍କୁ ଅଧିକ ପଚରାଉଚରା କରାଯାଉଛି।

Share