ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୧୩।୮(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ବୁଧବାର ଅଜୟଙ୍କ ଘର ସମେତ ୬ ସ୍ଥାନରେ ଛାପା ମାରିଥିଲା ଭିଜିଲାନ୍ସର ୫ଟି ଟିମ୍‌। ଅଜୟଙ୍କ ଟଙ୍କପାଣି ରୋଡ଼ସ୍ଥିତ ପୈତୃକ ଘର, ଭୁବନେଶ୍ୱର ନୂଆଗଁାସ୍ଥିତ ଆଉଟ୍‌ ହାଉସ୍‌, ପଟିଆସ୍ଥିତ ଏକ ଫ୍ଲାଟ ଏବଂ ବାଲେଶ୍ୱରରେ ଥିବା ଦୁଇ ମହଲା ଘରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲା। ଏ ନେଇ ଗଣମାଧ୍ୟମକୁ ଅଜୟ କହିଛନ୍ତି, ଚାକିରି ସରିବାର ଦୁଇ ମାସ ପୂର୍ବରୁ ମୋତେ ଫସାଇ ଦିଆଯାଇଛି, ଏକ ର୍ନିଦ୍ଦିଷ୍ଟ ଗୋଷ୍ଠୀଙ୍କ ଏଥିରେ ହାତ ରହିଥିବା ସେ ପ୍ରକାଶ କରିଛନ୍ତି।

Share