ଭୁବନେଶ୍ୱର,୬।୫(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶୁକ୍ରବାର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଗୁରୁବାର କଟକ ଓ ଖୋର୍ଦ୍ଧା ଜିଲାର ୯ ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ୭ କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ କରିଥିଲା ଭିଜିଲାନ୍ସ ବିଭାଗ । । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଜଶବନ୍ତ ଜେଠୱା ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ରଘୁନାଥପୁର କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଗୁରୁବାର ଚଢାଉ କରିଥିଲା। ଚଢାଉ ବେଳେ କେବଳ ଟୁଇନ୍ ସିଟିରେ ୯୦ ପ୍ଲଟ୍ ସହ ୪ଟି ବିଲ୍ଡିଂ, ୩ଟି ଫ୍ଲାଟ ଓ ଗୋଟିଏ ଆଉଟହାଉସ ଠାବ କରିଥିଲା ଭିଜିଲାନ୍ସ।