ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ ସବ ଇନ୍ସପେକ୍ଟର, ମାଡ଼ି ବସିଲା ଭିଜିଲାନ୍ସ

ଯାଜପୁର,୩।୭: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ସବ ଇନ୍ସପେକ୍ଟର। ଜଣେ ବ୍ୟକ୍ତିଙ୍କୁ ବ୍ୟବଚ୍ଛେଦ ରିପୋର୍ଟ ଦେବା ଲାଗି ବିଂଝାରପୁର ଥାନା ସବ ଇନ୍ସପେକ୍ଟର କେଶବ ଦାଶ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ସୂଚନା ଅନୁସାରେ ଗତ ମାସ ୨୦ ତାରିଖରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କାଳୀନ ସହାୟତା ପାଇବା ପାଇଁ ତାଙ୍କର ପୁଅ ବ୍ୟବଚ୍ଛେଦ ରିପୋର୍ଟ ଆଣିବାକୁ ଥାନାକୁ ଯାଇଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଦାଶ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଏନେଇ ଖବର ଦେଇଥିଲେ। ଯାହାପରେ ଭିଜିଲାନ୍ସ ଏହାର ଜାଲ ବିଛାଇଥିଲା। ବୁଧବାର ସବ ଇନ୍ସପେକ୍ଟର କେଶବ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ରେଡ ହ୍ୟାଣ୍ଡେଡ ଧରିଛି ଏବଂ ନଗଦ ଟଙ୍କା ଜବତ କରିଛି।

ଏହାପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହ କରି ସବ ଇନ୍ସପେକ୍ଟରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ଏବଂ କଟକ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।