ଶରଣକୁଳ ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ: ମାମଲାରେ ସହଯୋଗ ପାଇଁ ନେଉଥିଲେ…

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ନୟାଗଡ଼ ଜିଲା ଶରଣକୁଳ ଥାନା ଏସ୍‌ଆଇ ରାଜେଶ କୁମାର ଶ୍ରୀଚନ୍ଦନ (୨୦୧୭ ବ୍ୟାଚ୍‌) ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍‌ ରାଜେଶଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୭/୨୦୨୫) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ଏସ୍‌ଆଇ ରାଜେଶଙ୍କୁ ପଚରାଉଚରା କରାଯାଉଥିବାବେଳେ ବୁଧବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗକୁ ନେଇ ଅଭିଯୁକ୍ତ ରାଜେଶଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଥିବା ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶରଣକୁଳ ଥାନାରେ ଗତ ୬ତାରିଖରେ ରୁଜୁ ଏକ ହତ୍ୟା ଉଦ୍ୟମ ମାମଲା (ନଂ.୪୯/୨୦୨୫)ରେ ନୟାଗଡ଼ ସଦର ଥାନା ରାଉତରାପୁର ଅଞ୍ଚଳର ନିରଞ୍ଜନ ଦାସଙ୍କୁ ପୋଲିସ ଗିରଫ କରିଥିଲା। କୋର୍ଟ ଚାଲାଣ ପରେ ନିରଞ୍ଜନ ବିଚାରବିଭାଗୀୟ ହାଜତକୁ ଯାଇଥିଲେ। ବୁଧବାର ନୟାଗଡ଼ କୋର୍ଟରେ ନିରଞ୍ଜନଙ୍କ ଜାମିନ ଶୁଣାଣି ହେବାର ଅଛି। ରାଜେଶ ଉକ୍ତ ମାମଲାରେ ତଦନ୍ତ ଅଧିକାରୀ ଥିବାରୁ ସେ କେସ୍‌ ଡାଏରୀ ଦାଖଲ କରିବାର ଥିଲା। ଏଥିରେ ରାଜେଶ ସାହାଯ୍ୟ କରିବେ ବୋଲି କହି ନିରଞ୍ଜନଙ୍କ ଝିଅ ମୋନାଲିସାଙ୍କଠାରୁ ଟଙ୍କା ଦାବି କରିଥିଲେ। ଏ ସମ୍ପର୍କରେ ମୋନାଲିସା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ମଙ୍ଗଳବାର ସାରେ ରାଜେଶ ମୋନାଲିସାଙ୍କଠୁ ଥାନାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପାପୁଟ ଘାଟରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ

ନନ୍ଦପୁର,୨୭।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାନ୍ଥଲୁଙ୍ଗ ପଞ୍ଚାୟତର ଚମ୍ପାପୁଟ ଘାଟରେ ରବିବାର ସକାଳୁ ଏକ ଅଘଟଣ ଘଟିଛି। ଘାଟରୁ ଏକ...

ନିନ୍ଦା କରିବା ପରିବର୍ତ୍ତେ ଭାରତକୁ ପ୍ରମାଣ ମାଗିଲେ ଶାହିଦ ଆଫ୍ରିଦି, ବୟାନ ଶୁଣିଲେ…

ଇସଲାମାବାଦ,୨୭।୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ପାକିସ୍ତାନ...

ଆମ୍ବୁଲାନ୍ସରେ ହେଉଥିଲା ଗୋଚାଲାଣ: ୪ ଗୋରୁ ଉଦ୍ଧାର, ଆମ୍ବୁଲାନ୍ସ ଜବତ

ଭଦ୍ରକ,୨୭।୪(ସନାତନ ରାଉତ): ଭଦ୍ରକରେ ଗୋ ଚାଲାଣ ରୋକିବା ପାଇଁ ପୋଲିସ କଡା ପଦକ୍ଷେପ ନେଉଥିବାରୁ ଗୋ ମାଫିଆ ମାନେ ଅଭିନ ଉପାୟରେ କରୁଛନ୍ତି ଗୋଚାଲାଣ ।ରବିବାର...

ମାନିଲା ରୁଷିଆ,ୟୁକ୍ରେନ ଯୁଦ୍ଧରେ ଲଢୁଛନ୍ତି ଦକ୍ଷିଣ କୋରିଆ ସୈନିକ, ପ୍ରଶଂସାରେ ପୋତିଲା…

ମସ୍କୋ,୨୭।୪: ଶେଷରେ ମାନିଲା ରୁଷିଆ। ୟୁକ୍ରେନ ଯୁଦ୍ଧରେ ଉତ୍ତର କୋରିଆର ସୈନ୍ୟଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ରୁଷିଆ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି।...

ବିପଦକୁ ଡାକୁଛି ଶୁଖିଲା ଗଛ, ପବନରେ ଡାଳ ଭାଙ୍ଗିବାରୁ ଆତଙ୍କିତ ପଥଚାରୀ

ଦାରିଙ୍ଗବାଡ଼ି,୨୭।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ଳିହେରୀ ପଞ୍ଚାୟତ ମ୍ଲୁକଚେରୀ ଗାଁ ଜାତୀୟରାଜପଥ କଡ଼ରେ ରହିଛି ଶୁଖିଲା ବିରାଟ କାୟ ଗଛ। ଯାହାକି...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କହି ଠକେଇ; ଯୁବକ ଗିରଫ

ରାଉରକେଲା,୨୭ା୪: ରାଉରକେଲା ପୋଲିସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଜଣେ...

ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଓଭର ବ୍ରିଜ ୱାଲରେ ପିଟି ହେଲା ବାଇକ, ୨ ମୃତ ଜଣେ ଗୁରୁତର

ଭଦ୍ରକ,୨୭।୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ବନ୍ତ ଛକ ଓଭର ବ୍ରିଜ ନେହେରୁ ଷ୍ଟାଡିଅମ ନିକଟରେ ରବିବାର ପୂର୍ବାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଛି।...

NCC କ୍ୟାମ୍ପରେ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିବା ଅଭିଯୋଗ, ୭ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା

ଛତିଶଗଡ଼,୨୭ା୪: ବିଲାସପୁର ଜିଲାରେ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କେତେକ ଛାତ୍ରଛାତ୍ରୀଙ୍କୁ NCC ଶିବିର ସମୟରେ ନମାଜ ପଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗରେ ଶନିବାର ୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image