ଯାଜପୁର ଅଫିସ,୮ା୮: ବାଣିଜ୍ୟ କର ଓ ଜିଏସଟି,କଟକର ଅତିରିକ୍ତ କମିଶନର ପୀୟୁଷ ପାଣିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ସୋମବାର ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ବ୍ୟାସନଗର,କଟକ, ଭୁବନେଶ୍ବର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।
ବ୍ୟାସନଗର ସହରର ଚୋରଦା ଛକରେ ଥିବା ଘରେ ଚଢ଼ାଉ ଜାରି ରହିଥିବା ବେଳେ ଏହି ଚଢ଼ାଉରେ ଜଣେ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ଦୁଇଜଣ କର୍ମଚାରୀ ସାମିଲ ହୋଇଛନ୍ତି। କଟକ ଭିଜିଲାନ୍ସ ଡିଏସପି ସୋମନାଥ ବାରିକଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ ବିଭିନ୍ନ କାଗଜପତ୍ର, ଜମି ଓ ସମ୍ପତ୍ତିବାଡିର ତଥ୍ୟ ଆଦିର ଯାଞ୍ଚ କରାଯାଉଛି। ତଦନ୍ତ ଜାରି ରହିଥିବାରୁ ପ୍ରତିକ୍ରିୟା ଦେବାକୁ ବିଭାଗୀୟ ଅଧିକାରୀ ମନା କରିଛନ୍ତି।