ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ, ଲାଞ୍ଚ ନେବାବେଳେ ପଡ଼ିଲେ ଧରା

ନୟାଗଡ଼,୩।୭(ଲୋକନାଥ ମିଶ୍ର):ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଛନ୍ଦି ହୋଇ ପଡିଛନ୍ତି। ବାଲିଗାଡି ଛାଡିବା ପାଇଁ ଦଲାଲ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦଲାଲ ମୋହରି ପ୍ରସନ୍ନ ସାହୁଙ୍କୁ ନୟାଗଡ଼ ଭିଜିଲାନ୍ସ ଗିରଫ କରିଛି। ତେବେ ଧୋବେଇଙ୍କ ଭାପୁର ଏବଂ ଭୁବନେଶ୍ବରର ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି ।

ନୟାଗଡ ଜିଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇକରି ହାଇୱା ଗାଡ଼ିରେ ବିଭିନ୍ନ ସ୍ଥାନକୁ ବେଆଇନ ଭାବେ ନିଆଯାଇଥାଏ । କୌଣସି କାରଣରୁ ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗାଡ଼ିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡ଼ି ଛାଡିବା ପାଇଁ ତହସିଲଦାର ଗାଡିମାଲିକଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମଙ୍ଗଳବାର ରାତିରେ ଗାଡିମାଲିକଙ୍କ ଠାରୁ ଟଙ୍କା ନେଉଥିବାବେଳେ ପ୍ରସନ୍ନଙ୍କୁ ନୟାଗଡ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା। ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ ଧୋବେଇ ନାୟକଙ୍କ ଭାପୁର ଏବଂ ଭୁବନେଶ୍ବର ଘରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ଚଢାଉରେ ନୟାଗଡ ଏବଂ ଭୁବନେଶ୍ବର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି ।

 

Share