ତହସିଲଦାରଙ୍କ ଘରେ ଭିଜିଲାନ୍ସ: ୮ ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼/ଲେଫ୍ରିପଡା ୨୧।୯(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜିଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଡିଏସପି ସୁଧାଶୁ ଶେଖର ପୂଜାରୀ ନେତୃତ୍ୱରେ ତହସିଲଦାରଙ୍କ ଲେଫ୍ରିପଡା ବ୍ଲକ ଡୁମାବାହାଲ ସ୍ଥିତ ପୈତୃକ ବାସଭବନ, ସୁନ୍ଦରଗଡ ସହର ସ୍ଥିତ ବାସଭବନ,ଟାଙ୍ଗରପାଲି କାର୍ଯ୍ୟାଳୟ ସମେତ ଆଠଟି ଜାଗାରେ ଏକକାଳୀନ ଚଢ଼ାଉ ଚାଲିଛି।

Share