ତାଳଚେର,୨୯।୩(ଡି.ଏନ୍.ଏ.): ତାଳଚେର ଆରଆରଡବ୍ଲ୍ୟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଲାଞ୍ଚ ନେବା ଅଭିଯୋଗରେ ଯନ୍ତ୍ରୀ ସାହୁଙ୍କ ଘରେ ଚଢ଼ାଉ ହୋଇଛି। ଏକ କାଳୀନ ଯନ୍ତ୍ରୀ ସାହୁଙ୍କ ତାଳଚେରସ୍ଥିତ କାର୍ଯ୍ୟାଳୟ, ପୈତୃକ ଘର, ଭାପୁର, ଭୁବନେଶ୍ୱର ପ୍ଲଟ ଓ କଳିଙ୍ଗ ବିହାର ଘରେ ଚଢ଼ାଉ ଜାରି ରହିଛି। ଜଣେ ଠିକାଦାରଙ୍କ ବିଲ୍ ପାସ କରାଇ ଦେବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯନ୍ତ୍ରୀ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।