ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ବୁଗୁଡ଼ା/ଭଞ୍ଜନଗର,୩୦।୯(ଡି.ଏନ.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ବୁଗୁଡ଼ା ଜଳସେଚନ ବିଭାଗ(ବାଘୁଆ ପ୍ରକଳ୍ପ)ର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଶୁକ୍ରବାର ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ବାସଭବନ ଓ କାର୍ଯ୍ୟାଳୟ ଆଦି ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ବିଷ୍ଣୁ ଚରଣ ସାହୁଙ୍କର ଆୟଠାରୁ ଅଧିକ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ତେଣୁ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକା ସମୟରେ ସହକାରୀ ନିର୍ବାହୀଯନ୍ତ୍ରୀ ସାହୁଙ୍କ ବ୍ରହ୍ମପୁର ସ୍ଥିତ ବାସଭବନ, ବୁଗୁଡ଼ାସ୍ଥିତ ପୈତୃକ ଘର, କାର୍ଯ୍ୟାଳୟ ଏବଂ ସମ୍ପର୍କୀୟଙ୍କ ଘରେ ଏହି ଚଢ଼ାଉ କରାଯାଇଥିଲା। ସନ୍ଧ୍ୟା ସୁଦ୍ଧା ସାହୁଙ୍କ ଘରୁ ୧ଲକ୍ଷ ୩୮ହଜାର ଟଙ୍କା, ବ୍ରହ୍ମପୁରରେ ଏକ ୩ ମହଲା ବିଶିଷ୍ଟ କୋଠା, ଗୋଟିଏ ୨ ମହଲା ବିଶିଷ୍ଟ କୋଠା, ୨ଟି ପ୍ଲଟ, ବ୍ୟାଙ୍କ, ପୋଷ୍ଟାଲ ଏବଂ ବୀମା ବାବଦକୁ ପ୍ରାୟ ୪୦ ଲକ୍ଷ ଟଙ୍କା ଡିପୋଜିଟ୍‌ ଆଦି ଠାବ କରାଯାଇଛି। ଚଢ଼ାଉ ଜାରି ରହିଥିବା ବେଳେ ଏଥିରେ ଜଣେ ଏଏସ୍‌ପି, ୪ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି।

Share