ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ: ୯ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ୱର,୧୨।୮: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି। ଆର୍‌ଆଣ୍ଡ୍‌ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍‌ ହୋଇଥିବା ଜଣାପଡିଛି। ଭୁବନେଶ୍ବର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି। ଭୁବନେଶ୍ବରର ନୟାପଲ୍ଲୀ ଓ କସମପୋଲିସର ୨ଟି ସ୍ଥାନରେ ରେଡ ହେଉଛି। ଯନ୍ତ୍ରୀଙ୍କ ଘର ପୁଳାପୁଳା ଟଙ୍କା ଏବଂ ସୁନା ଜବତ ହୋଇଛି।

Share